ମନି ଲଣ୍ଡରିଂ ମାମଲାରେ ଅଲ୍‌-ଫଲହାର ପ୍ରତିଷ୍ଠାତା ଜୱାଦ ଅହମ୍ମଦ ସିଦ୍ଦିକି ଗିରଫ

ମନି ଲଣ୍ଡ୍ରିଂରେ ଆସୁଥିବା ଟଙ୍କା ଆତଙ୍କୀ ଗତିବିଧି ଓ ଲାଲକିଲ୍ଲା ବିସ୍ଫୋରଣରେ ନିୟୋଜିତ ହୋଇଥିଲା କି ନାହିଁ ତାହାର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ଯାଞ୍ଚରେ କୋଟିଏ ଟଙ୍କାର ଆର୍ଥିକ ହେରଫେର ମାମଲା ସାମ୍ନାକୁ ଆସିଥିଲା । ୪୮ ଲକ୍ଷରୁ ଅଧିକ ଟଙ୍କା ଓ ଡିଜିଟାଲ ପ୍ରମାଣ ହାସଲ କରିଛି ଇଡି ।

Jawad Ahmed Siddiqui

Jawad Ahmed Siddiqui Photograph: (Kanak News)

କନକ ବ୍ୟୁରୋ : ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗିରଫ । ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କଲା ଇଡି । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଳତାଡ଼ ଓ ଯାଞ୍ଚ ପରେ ମିଳିଥିବା ପ୍ରମାଣକୁ ଆଧାର କରି ଜୱାଦଙ୍କୁ ଗିରଫ କରାଯାଇଛି । ଆଜି ସକାଳେ ତାଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ଇଡି ।

ମନି ଲଣ୍ଡ୍ରିଂରେ ଆସୁଥିବା ଟଙ୍କା ଆତଙ୍କୀ ଗତିବିଧି ଓ ଲାଲକିଲ୍ଲା ବିସ୍ଫୋରଣରେ ନିୟୋଜିତ ହୋଇଥିଲା କି ନାହିଁ ତାହାର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ଯାଞ୍ଚରେ କୋଟିଏ ଟଙ୍କାର ଆର୍ଥିକ ହେରଫେର ମାମଲା ସାମ୍ନାକୁ ଆସିଥିଲା । ୪୮ ଲକ୍ଷରୁ ଅଧିକ ଟଙ୍କା ଓ ଡିଜିଟାଲ ପ୍ରମାଣ ହାସଲ କରିଛି ଇଡି । ଏହି ଚଢ଼ାଉ ସମୟରେ ବିଶ୍ୱବିଦ୍ୟାଳୟରେ ଅନେକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି । ଜୱାଦଙ୍କ ନାଁରେ ଆର୍ଥିକ ହେରଫେରକୁ ମାମଲା ରୁଜୁ କରିଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଅଧିକ ପଚରାଉଚରା ପାଇଁ ହେପାଜତକୁ ନେଲା ଇଡି । ଦିଲ୍ଲୀ ବିସ୍ଫୋରଣ ପରେ ଚର୍ଚ୍ଚାରେ ରହିଛି ଅଲ ଫଲାହ ବିଶ୍ୱବିଦ୍ୟାଳୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe