ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍

ଅଲ୍‌ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଜେଲ ଦଣ୍ତାଦେଶ ହୋଇଛି ।

Imran Khan

କନକ ବ୍ୟୁରୋ : ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଜେଲ ଦଣ୍ଡାଦେଶ । ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ହୋଇଛି । କେବଳ ସେତିକି ନୁହେଁ ତାଙ୍କ ପତ୍ନୀଙ୍କୁ ମଧ୍ୟ ୭ ବର୍ଷ ସଜ୍ଜା ଶୁଣାଯାଇଛି । ଅଲକାଦିର ଟ୍ରଷ୍ଟ ମାମଲାରେ ଶୁଣାଣି ।  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲାଗିଛି ଶକ୍ତ ଝଟକା ।

କ୍ଷମତାର ଦୁରୂପଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ କୋର୍ଟ । ୨୦୨୩ରୁ ପାକିସ୍ତାନର ରାୱଲପିଣ୍ଡି ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ୍ । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ଶହରୁ ଅଧିକ ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ଗିରଫ କରାଯାଇଛି । ପୂର୍ବରୁ ଅନେକ ମାମଲାରେ ଶୁଣାଣି କରାଯାଇ ତାଙ୍କୁ ଜେଲଦଣ୍ଡା ଦେଶ ହୋଇସାରିଛି । ଏବେ ପୁଣି ଆଉ ଏକ ମାମଲାରେ ଇମ୍ରାନଙ୍କୁ ଜେଲ ଦେଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନର କୋର୍ଟ ।

ତେବେ ଇମ୍ରାନ ଖାନ ପାକିସ୍ତାନର ରାଜନୀତିକୁ ଫେରିବା ନେଇ କିଛି ଦିନ ବୟାନ ଦେଇଥିଲେ । ସେ କହିଥିଲେ, ସେହବାଦ ସରିଫଙ୍କ ଭଳି ସେ ମଧ୍ୟ ସେନାକୁ ବ୍ୟବହାର କରି କ୍ଷମତାକୁ ଫେରିପାରିବେ । ଏବେ କିନ୍ତୁ ଇମ୍ରାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe