ମହଙ୍ଗା ମାଡ଼ରେ ମରିବ ପାକିସ୍ତାନ; ଚାଉଳ କିଲୋକୁ ୨୭୫ ଟଙ୍କା ଥିବା ବେଳେ ଡାଲି ୫୭୮କୁ ଚିନି କିଲୋ ୧୫୮

Advertisment

ପାକିସ୍ତାନର ନିଦ ହଜାଇ ଦେଇଛି ଭାରତ । ପହଲଗାମ୍‌ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ପାକିସ୍ତାନ ।

ପାକିସ୍ତାନର ନିଦ ହଜାଇ ଦେଇଛି ଭାରତ । ପହଲଗାମ୍‌ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ପାକିସ୍ତାନ ।

Pakistan Food Price

Photograph: (KANAK NEWS)

କନକ ବ୍ୟୁରୋ : ପାକିସ୍ତାନର ନିଦ ହଜାଇ ଦେଇଛି ଭାରତ । ପହଲଗାମ୍‌ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ପାକିସ୍ତାନ । ଆଇଏସ୍‌ଆଇ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ଅସିମ୍ ମଲ୍ଲିକଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବା ଏନ୍‌ଏସ୍‌ଏ ନିଯୁକ୍ତ କରାଯାଇଛି । ୨୦୨୨ ପାକିସ୍ତାନରେ ଏନ୍‌ଏସ୍‌ଏ ପଦ ଖାଲିପଡ଼ିଥିଲା । ମୁଇଦ୍ ୟୁସୁଫ୍‌ ଇସ୍ତଫା ଦେବା ପରେ ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇନଥିଲା । ଏବେ ଗତ ୨୯ ତାରିଖରେ ଅସିମ୍‌ ମଲ୍ଲିକଙ୍କୁ ଏନ୍‌ଏସ୍‌ଏ ନିଯୁକ୍ତ କରାଯାଇଛି । ହେଲେ ଗତକାଲି ରାତିରେ ମିଡିଆକୁ ନୋଟିଫିକେସନ୍‌ ଜାରି କରାଯାଇଛି ।

ସେପଟେ ମହଙ୍ଗା ମାଡ଼ରେ ମରିବ ପାକିସ୍ତାନ । ଚାଉଳ କିଲୋ ହେଲାଣି ୨୭୫ ଟଙ୍କା । ଡାଲି ୫୭୮କୁ ଚିନି କିଲୋ ୧୫୮ । ଆଇଏମ୍‌ଏଫ୍‌ରୁ ମାଗିଛି ୧୧ ହଜାର କୋଟି ଟଙ୍କା ଋଣ । ଭାରତ ଦେଇ ଯାଇପାରିବନି ପାକିସ୍ତାନ ବିମାନ । ମେ ୨୩ ତାରିଖ ଯାଏଁ ପାକ ବିମାନ ଉପରେ କଟକଣା ଲଗିଛି । ଏହି ନିଷ୍ପତ୍ତି ଦ୍ୱାରା ଭାରତର ଆକାଶ ଉପରେ କୌଣସି ବିମାନ ଉଡିପାରିବ ନାହିଁ । ପାକିସ୍ତାନ ପାଇଁ ସମସ୍ତ ଏୟାରସ୍ପେସ୍‌ ବନ୍ଦ କରିଛି ଭାରତ ।

ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ବଢୁଛି । ଏହାରି ଭିତରେ ଭାରତ ଏହି ବଡ ପଦକ୍ଷେପ ନେଇଛି । ପାକିସ୍ତାନ ମଧ୍ୟ ପୂର୍ବରୁ ଭାରତ ପାଇଁ ନିଜ ଏୟାରସ୍ପେସକୁ ବନ୍ଦ କରିଥିଲା । ଭାରତର କୌଣସି ବିମାନ ପାକିସ୍ତାନ ଆକାଶପଥ ଦେଇ ଉଡାଣ ଭରିପାରିବନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe