କନକ ବ୍ୟୁରୋ : ପାକିସ୍ତାନର ନିଦ ହଜାଇ ଦେଇଛି ଭାରତ । ପହଲଗାମ୍ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭୀତ ପାକିସ୍ତାନ । ଆଇଏସ୍ଆଇ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ଅସିମ୍ ମଲ୍ଲିକଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବା ଏନ୍ଏସ୍ଏ ନିଯୁକ୍ତ କରାଯାଇଛି । ୨୦୨୨ ପାକିସ୍ତାନରେ ଏନ୍ଏସ୍ଏ ପଦ ଖାଲିପଡ଼ିଥିଲା । ମୁଇଦ୍ ୟୁସୁଫ୍ ଇସ୍ତଫା ଦେବା ପରେ ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇନଥିଲା । ଏବେ ଗତ ୨୯ ତାରିଖରେ ଅସିମ୍ ମଲ୍ଲିକଙ୍କୁ ଏନ୍ଏସ୍ଏ ନିଯୁକ୍ତ କରାଯାଇଛି । ହେଲେ ଗତକାଲି ରାତିରେ ମିଡିଆକୁ ନୋଟିଫିକେସନ୍ ଜାରି କରାଯାଇଛି ।
ସେପଟେ ମହଙ୍ଗା ମାଡ଼ରେ ମରିବ ପାକିସ୍ତାନ । ଚାଉଳ କିଲୋ ହେଲାଣି ୨୭୫ ଟଙ୍କା । ଡାଲି ୫୭୮କୁ ଚିନି କିଲୋ ୧୫୮ । ଆଇଏମ୍ଏଫ୍ରୁ ମାଗିଛି ୧୧ ହଜାର କୋଟି ଟଙ୍କା ଋଣ । ଭାରତ ଦେଇ ଯାଇପାରିବନି ପାକିସ୍ତାନ ବିମାନ । ମେ ୨୩ ତାରିଖ ଯାଏଁ ପାକ ବିମାନ ଉପରେ କଟକଣା ଲଗିଛି । ଏହି ନିଷ୍ପତ୍ତି ଦ୍ୱାରା ଭାରତର ଆକାଶ ଉପରେ କୌଣସି ବିମାନ ଉଡିପାରିବ ନାହିଁ । ପାକିସ୍ତାନ ପାଇଁ ସମସ୍ତ ଏୟାରସ୍ପେସ୍ ବନ୍ଦ କରିଛି ଭାରତ ।
ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ବଢୁଛି । ଏହାରି ଭିତରେ ଭାରତ ଏହି ବଡ ପଦକ୍ଷେପ ନେଇଛି । ପାକିସ୍ତାନ ମଧ୍ୟ ପୂର୍ବରୁ ଭାରତ ପାଇଁ ନିଜ ଏୟାରସ୍ପେସକୁ ବନ୍ଦ କରିଥିଲା । ଭାରତର କୌଣସି ବିମାନ ପାକିସ୍ତାନ ଆକାଶପଥ ଦେଇ ଉଡାଣ ଭରିପାରିବନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/05/01/BCCViO3fsl5A2q1ML5fP.jpg)