କନକ ବ୍ୟୁରୋ : ଦିଲ୍ଲୀ, ଗୁରୁଗ୍ରାମରେ ପ୍ରବଳ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି । ଗୁରୁଗ୍ରାମରେ ଏଥିଯୋଗୁଁ ବଡ଼ଧରଣର ଟ୍ରାଫିକ୍ ସମସ୍ୟା ଉପୁଜିଛି । ଜଳମଗ୍ନ ରାସ୍ତାରେ ଅନେକ ଗାଡ଼ି ଅଟକି ରହିଛି । ଏନ୍ଏଚ୍୮ ଜୟପୁର ଏକ୍ସପ୍ରେସୱେ, ବାଦଶାହପୁର, ମାନେସର ଏବଂ ସୋହନା ସର୍ବାଧିକ ପ୍ରଭାବିତ ହୋଇଛି । ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଦିଲ୍ଲୀର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଛି । ଯମୁନା ନଦୀରେ ବନ୍ୟା ଆସିଛି । ନଦୀଜଳ ବଢ଼ୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବନ୍ୟା ନେଇ ଦିଲ୍ଲୀ ସରକାର ଲୋକଙ୍କୁ ସତର୍କ କରିଛନ୍ତି । ଯମୁନା ନଦୀ ଉପରେ ପୁରୁଣା ରେଳ ପୋଲ ଆସନ୍ତାକାଲି ସନ୍ଧ୍ୟାରୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ବନ୍ୟାଜଳ ୨୦୬ ମିଟରରେ ପହଞ୍ଚିବ ବୋଲି କର୍ତ୍ତୃପକ୍ଷ ସତର୍କ କରିଛନ୍ତି । ତେବେ ସତର୍କ ସୂଚନା ଜାରି ହେବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଶ୍ବସ୍ତ କରିଛନ୍ତି ଯେ ଦିଲ୍ଲୀରେ ଏବେ ବି ବିପଦ ନାହିଁ। କିନ୍ତୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ହୋଇଛି ।
ସେପଟେ ପଂଜାବରେ ସଙ୍ଗିନ ହେବାରେ ଲାଗିଛି ବନ୍ୟା ସ୍ଥିତି । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସତଲେଜ୍, ବ୍ୟାସ ଓ ରାଭି ନଦୀରେ ବନ୍ୟା ଜଳ ଆସି ୧,୩୦୦ରୁ ଅଧିକ ଗ୍ରାମ ପାଣି ଘେରରେ ରହିଛି । ବନ୍ୟାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ କୋଟିଏ ଲୋକ ବିସ୍ଥାପିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ହୋଶିୟାରପୁର୍ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପର୍ଯ୍ୟୟ ପାଣ୍ଠି ଯୋଗାଇଦେବାକୁ ଚିଠି ଲେଖିଛନ୍ତି । ମୋଦୀ ଫୋନ୍ କରି ସହାୟତାର ଆଶ୍ୱାସନା ଦେଇଛନ୍ତି । ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନ୍ଡିଆର୍ଏଫ୍, ସେନା ଓ ବିଏସ୍ଏଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ପଞ୍ଜାବରେ ବନ୍ୟା ସ୍ଥିତି ଭୟଙ୍କର ହେବାରେ ଲାଗିଛି
ବନ୍ୟାରେ ରାଜ୍ୟର ୧,୩୦୦ରୁ ଅଧିକ ଗ୍ରାମ ପାଣି ଘେରରେ
୧୨୨ଟି ରିଲିଫ୍ କ୍ୟାମ୍ପରେ ବନ୍ୟା ପ୍ରଭାବିତଙ୍କୁ କରାଯାଉଛି ସ୍ଥାନାନ୍ତର
ବନ୍ୟା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୨୯ ଜଣଙ୍କର ମୃତ୍ୟୁ
୨୫ ବର୍ଷରେ ପଞ୍ଜାବରେ ରେକର୍ଡ ପରିମାଣର ବର୍ଷା ହୋଇଛି
ବର୍ଷା ଯୋଗୁଁ ସତଲେଜ୍, ବ୍ୟାସ ଓ ରାଭି ନଦୀରେ ବଢ଼ୁଛି ଜଳସ୍ତର
ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ସେନା, ବିଏସ୍ଏଫ୍ ନିୟୋଜିତ
ବର୍ଷାରେ ବେହାଲ ଗୁରୁଗ୍ରାମ । ଗୁରୁଗ୍ରାମରେ ୧୬୦ ମିମି ବର୍ଷା ରେକର୍ଡ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ପୋଖରୀରେ ପରିଣତ ଭଳି ମନେହେଉଥିଲା । ପରିସ୍ଥିତି ଏପରି ହୋଇଥିଲା ମଧ୍ୟରାତ୍ରି ପରେ ମଧ୍ୟ ଦିଲ୍ଲୀ-ଜୟପୁର ରାଜପଥ ସମେତ ସହରର ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଟ୍ରାଫିକ୍ ଜାମରେ ଫସି ରହିଥିଲେ । ପାଣି ଜମି ରହିବା ଯୋଗୁଁ ଯାନବାହନଗୁଡ଼ିକ ଫସି ରହିଥିଲା । ଟ୍ରକ୍, ବସ୍ ଏବଂ କାରଗୁଡ଼ିକ ଅନେକ କିଲୋମିଟର ଲମ୍ବା ଜାମ୍ରେ ଫସି ରହିଥିଲେ । ଏହି ସମୟ ମଧ୍ୟରେ, ଟ୍ରାଫିକ୍ ନିୟନ୍ତ୍ରଣ କକ୍ଷକୁ ୫୦୦ ରୁ ଅଧିକ କଲ୍ ଆସିଥିଲା । ଏବେ ଦେଖିବା କାନପୁରରୁ ଆସୁଥିବା ସମାନ ଟ୍ରାଫିକ ଜ୍ୟାମ୍ ଘଟଣା ଉପରେ । ଉତ୍ତର ପ୍ରଦେଶର କାନପୁରରେ ଟ୍ରାଫିକ୍ ଜାମ୍ ଯୋଗୁଁ ଦୁଇ ଗୁରୁତର ରୋଗୀ ସମୟରେ ହସ୍ପିଟାଲ୍ ନପହଞ୍ଚି ପ୍ରାଣ ହରାଇଛନ୍ତି । ଜାମ୍ ପ୍ରାୟ ଦୁଇ କିଲୋମିଟର ଲମ୍ବର ଜାମ୍ ତିନି ଘଣ୍ଟା ଧରି ଚାଲିଥିଲା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲ ନେବା ସମୟରେ ଜାମ୍ ରେ ଫସି ତାଙ୍କର ମୃତ୍ୟୁ ହୋଇଥିଲା ଅନ୍ୟପଟେ ଶୁକ୍ଲଗଞ୍ଜର ବାସିନ୍ଦା, ହୃଦଘାତ ଯନ୍ତ୍ରଣାରେ ପୀଡ଼ିତ ଥିଲେ ଏବଂ ମେଡିକାଲ ଯାଉଥିଲେ। ଜାମ୍ରେ ଅର୍ଦ୍ଧ ଘଣ୍ଟା ଫସି ରହିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପରିବାର ସଦସ୍ୟ ଏବଂ ପୁଲିସ୍ ଜାମ୍ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ।
ସେପଟେ ଆଗକୁ ଆହୁରି ବର୍ଷା ନେଇ ପଂଜାବରେ ହାଇଆଲର୍ଟ । ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ କର୍ପୋରେଟ ଅଫିସ ଓ ଘରୋଇ ଅନୁଷ୍ଠାନକୁ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସମସ୍ତ ସ୍କୁଲକୁ ୨ ସେପ୍ଟେମ୍ବରରେ ଅନଲାଇନ କ୍ଲାସ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀମାନେ ଜଳମଗ୍ନ ରାସ୍ତା, ବିଶେଷତଃ ଅଣ୍ଡରପାସ ଓ ତଳିଆ ଅଂଚଳ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/02/26-2025-09-02-16-32-53.jpg)