କନକ ବ୍ୟୁରୋ : ମିଥୁନ ଚକ୍ରବର୍ତ୍ତିଙ୍କ ନାଁରେ ଏଫଆଇଆର । କୋଲକାତାରେ ଭାରତୀୟ ଜନତା ପାର୍ଟିର ଏକ ବୈଠକରେ ବଲିଉଡ ଅଭିନେତା ତଥା ଭେଟେରାନ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉସକାଇବା ଭଳି ମନ୍ତବ୍ୟ ବିରୋଧରେ କୋଲକାତା ବିଧନନଗରର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି । କୌଶିକ ଶାହା ନାମକ ଜଣେ ବ୍ୟକ୍ତି ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଅଭିଯାନ କାର୍ୟ୍ୟକ୍ରମରେ ମିଥୁନ ଚକ୍ରବର୍ତ୍ତୀ କହିଥିବା ଚଳଚ୍ଚିତ୍ର ସଂଳାପ ବିରୋଧରେ ମାମଲା ଦାୟର କରିଛନ୍ତି ।
ଅଭିଯୋଗ ହୋଇଛି ଯେ, ଫିଲ୍ମର ସଂଳାପ ଆଇନ ଶୃଙ୍ଖଳା ଉପରେ ପ୍ରଭାବ ପକାଇଥିବା ଭଳି ମନ୍ତବ୍ୟ ଦିଆଯାଇଛି । ୨୭ ଅକ୍ଟୋବରରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଥିଲେ, ସେତେବେଳେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଷ୍ଟେଜରେ ମିଥୁନ ଏକ ସମ୍ପ୍ରଦାୟକୁ ଲକ୍ଷ୍ୟ କରି କହିଥିଲେ, ଯଦି ତୁମେ ଡାଲରୁ ଗୋଟେ ଫଳ ତୋଳିବ ତାହାଲେ ଆମେ ଚାରିଟା ତୋଳିବୁ, ବାସ ଏତିକି କଥାରେ ବିବାଦ ବଡ ରୂପ ନେଇଛି । ଆଉ ତାଙ୍କ ବିରୁଦ୍ଧରେ ଏଫଆଇଆର କରାଯାଇଛି ।