କନକ ବ୍ୟୁରୋ : ଭାରତର ସମସ୍ତ ବିମାନବନ୍ଦର ହାଇ ଆଲର୍ଟରେ । ଆତଙ୍କବାଦୀ ଆକ୍ରମଣର ସତର୍କ ସୂଚନାବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟି ବା ବିସିଏଏସ ଦେଶର ସମସ୍ତ ବିମାନବନ୍ଦର, ରାଜ୍ୟ ପୁଲିସ ଓ ଏୟାରଲାଇନ୍ସକୁ ସତର୍କ କରି ଏକ ଆଡ଼ଭାଇଜରୀ ଜାରି କରିଛି । କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିରୁ ମିଳିଥିବା ସୂଚନା ଅନୁସାରେ, ୨୨ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ସମ୍ଭାବ୍ୟ ଆକ୍ରମଣର ଆଶଙ୍କା ରହିଛି । ବିସିଏଏସ ଏହି ଆଡ଼ଭାଇଜରୀ ଜାରି କରି ବିମାନବନ୍ଦର, ଏୟାରଷ୍ଟ୍ରିପ, ହେଲିପ୍ୟାଡ ଓ ଫ୍ଲାଇଂ ସ୍କୁଲରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ସ୍ଥାନୀୟ ପୁଲିସ, ସିଆଇଏସଏଫ ଓ ଗୁପ୍ତଚର ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।
ହାଇ ଆର୍ଲଟରେ ଭାରତର ସମସ୍ତ ବିମାନବନ୍ଦର
ବିସିଏଏସର ଆଡ଼ଭାଇଜରୀ ଜାରି
୨୨ ସେପ୍ଟେମ୍ବର-୨ ଅକ୍ଟୋବର ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା
ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ସମ୍ପୃକ୍ତ ସୂଚନା
ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/06/69-2025-08-06-15-20-48.jpg)