କନକ ବ୍ୟୁରୋ : ଭାରତର କାର୍ଯ୍ୟାନୁଷ୍ଠାନରେ ଏକଘରିକିଆ ହୋଇଛି ପାକିସ୍ତାନ । ବିଦେଶୀ ରାଷ୍ଟ୍ରଦୂତ ନିଜ ନିଜ ପରିବାକୁ ସ୍ବଦେଶ ଫେରାଇ ନେଇଥିବା ବେଳେ ପାକିସ୍ତାନ ସେନାମୁଖ୍ୟଙ୍କ ସମେତ ଅନ୍ୟ ବଡ଼ ଅଧିକାରୀ ନିଜ ନିଜ ପରିବାରକୁ ଅନ୍ୟ ଦେଶକୁ ପଠାଇସାରିଛି । ପାକିସ୍ତାନର ଅର୍ଥନୀତି ଓ ପର୍ଯ୍ୟଟନ ପ୍ରଭାବିତ ହୋଇସାରିଲାଣି । ଇସଲାମାବାଦ ସ୍ଥିତ ବିଦେଶୀ ଦୂତାବାସରେ ଭୟ ଓ ଅବିଶ୍ବାସ ବଢୁଛି ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଛି । ସ୍ଥଳ, ଜଳ ଓ ଆକାଶପଥରେ ସମରାଭ୍ୟାସ ଚାଲିଥିବାବେଳେ ଅତ୍ୟାଧୁନିକ ଯୁଦ୍ଧସ୍ତ୍ର ବିମାନ ରାଫେଲ ବି ଆସୁଛି । ଏଥିରେ ଛାନିଆ ହୋଇପଡ଼ିଛି ସଇତାନ୍ ପାକିସ୍ତାନ । ଭାରତର ସମ୍ଭାବ୍ୟ ଆକ୍ରମଣ ଭୟରେ ବିଦେଶୀ ରାଷ୍ଟ୍ର ବି ସତର୍କ ହୋଇପଡିଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ଏକଘରିକିଆ ହୋଇଛି ପାକିସ୍ତାନ । ବିଦେଶୀ ରାଜଦୂତ ନିଜ ନିଜ ପରିବାରକୁ ସ୍ବଦେଶ ପଠାଉଛନ୍ତି । ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଚିନ୍ତା ପ୍ରକଟ କରିଛନ୍ତି । ପାକିସ୍ତାନ ସରକାରଙ୍କ ଆଶ୍ବାସନା କାମ ଦେଉନାହିଁ । ବିଦେଶୀ ଦୂତାବାସରେ ଭୟ ଓ ଅବିଶ୍ବାସର ବାତାବରଣ ବଢୁଛି । ସବୁଦେଶ ନିଜ ନିଜର କୂଟନୀତିଜ୍ଞଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି । ପାକିସ୍ତାନକୁ ଘନେଇ ଆସୁଛି ବଡ଼ଧରଣର ବିପଦ । ପାକ୍‌ ସେନାର ବଡ଼ ଅଫିସର ନିଜ ପରିବାରକୁ ବିଦେଶ ପଠାଇସାରିଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଯେକୌଣସି ସମୟରେ ଭାରତ ଆକ୍ରମଣ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି । କାଲି ୪ -୪ଟି ବୈଠକ ବସୁଛି । ଆକ୍ରମଣ ପାଇଁ ନିଷ୍ପତ୍ତି ହେଲେ ପାକିସ୍ତାନ ବରବାଦ ହେବା ନିଶ୍ଚିତ ।

ସେପଟେ ପହଲଗାମ ଆକ୍ରମଣକୁ ସପ୍ତାହେ ପୁରିଲା । ଏହା ମଧ୍ୟରେ ଭାରତ କାର୍ଯାନୁଷ୍ଠାନର ପ୍ରଭାବ ଦେଖାଦେଲାଣି । ଲଗାତାର ପଞ୍ଚମ ଦିନ ପାଇଁ ଏଲଓସିରେ ଭାରତର ଗୁଳିବର୍ଷା । ଆତଙ୍କବାଦୀ ବିରୋଧୀ ଅଭିଯାନ ଜୋରଦାର, ଡୋଡାର ୧୩ଟି ସ୍ଥାନରେ ରେଡ୍ । ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଲୋକଙ୍କ ଘର ଧ୍ବସ୍ତ । ସିନ୍ଧୁ ନଦୀ ଚୁକ୍ତି ଓ ସିମଳା ରାଜିନାମା ସ୍ଥଗିତ । ପାକିସ୍ତାନୀଙ୍କ ଭିସା ସସ୍‌ପେଣ୍ଡ, ପର୍ଯ୍ୟଟନ ଓ ଅର୍ଥନୀତି ପ୍ରଭାବିତ ।

ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା ଭାରତ । ଆତଙ୍କୀ ସଂଗଠନକୁ ସମର୍ଥନ ସହ ପାଣ୍ଠି ଯୋଗାଉଥିବା କହି ପାକିସ୍ତାନ ଉପରେ ବର୍ଷିଛି ଭାରତ । ଜାତିସଂଘରେ ଭାରତର ପ୍ରତିନିଧି ଯୋଜନା ପଟେଲ କହିଛନ୍ତି, ଆତଙ୍କୀ ସଂଗଠନକୁ ପାକିସ୍ତନ ପାଣ୍ଠି ଯୋଗାଉଛି । ଏହାକୁ ସ୍ବୀକାର କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ପାକିସ୍ତାନ, ଆତଙ୍କୀଙ୍କୁ ଶରଣ ଦେବା କଥା ଏବେ ସାରା ବିଶ୍ବ ଜାଣିସାରିଛି ।

ସେପଟେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ଛନକା ପଶିଛି । ଭାରତରେ ୩ ସେନା ମୁଖ୍ୟ ଏକାଠି ହେଉଥିବାବେଳେ ପାକ୍ ପ୍ରଧାନମନ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଶେହବାଜ ସରିଫଙ୍କ ଡାକ୍ତରଖାନାରେ ଚିକିତ୍ସା ଚାଲିଛି କୁହାଯାଉଛି । ପାକ ସେନାମୁଖ୍ୟ ଅସିମ ମୁନିର ମଧ୍ୟ ତାଙ୍କ ପରିବାରକୁ ବିଦେଶ ପଠାଇ ଦେଇଥିବା ଚର୍ଚ୍ଚା ହେଉଛି ।