କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକର ବିସ୍ଫୋରକ ବୟାନ । ୨୦୦୬ରେ ସେ ଭାରତୀୟ ଗୁଇନ୍ଦା ସଂସ୍ଥାର ଅନୁରୋଧରେ ଆତଙ୍କୀ ସଂଗଠନ ଲସ୍କର-ଏ-ତଏବାର ପ୍ରତିଷ୍ଠାତା ତଥା ୨୬ / ୧୧ ହାଫିଜ୍ ସୟିଦକୁ ପାକିସ୍ତାନରେ ଭେଟିଥିଲା । ଏବେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୟାସିନ ମଲିକ ଏନେଇ ଏକ ସତ୍ୟପାଠ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଛି । ପାକିସ୍ତାନରୁ ଫେରିବା ପରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିଥିଲା । ହାଫିଜ ସୟିଦକୁ ଭେଟିଥିବାରୁ ମନମୋହନ ସିଂହ ତାକୁ ଧନ୍ୟବାଦ ଦେଇଥିଲେ ବୋଲି ୟାସିନ ମଲିକ କୋର୍ଟଙ୍କୁ ଅବଗତ କରାଇଛି । ଏହି ଘଟଣା ପରେ ତତ୍କାଳୀନ କଂଗ୍ରେସ ସରକାରକୁ ବିଜେପି କଡ଼ା ସମାଲୋଚନା କରିଛି । ବିଜେପି ଅଭିଯୋଗ କରିଛି ଯେ, ପୂର୍ବରୁ ୟାସିନ ମଲିକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଘରେ ୟାସିନ ମଲିକ ବିରିୟାନି ଖାଉଥିଲା ବୋଲି ବିଜେପି ଅଭିଯୋଗ କରିବା ସହ କଡ଼ା ସମାଲୋଚନା କରିଛି । 

Advertisment

ୟାସିନ ମଲିକଙ୍କ ବିସ୍ଫୋରକ ବୟାନ
ଜମ୍ମୁ- କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ
ୟାସିନ ମଲିକ ଏବେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଛି  
ଦିଲ୍ଲୀ ହାଇକୋର୍ଟରେ ୟାସିନ ମଲିକର ସତ୍ୟପାଠ
ଆତଙ୍କୀ ସଂଗଠନ ଏଲଇଟି ପ୍ରତିଷ୍ଠାତା ହାଫିଜ୍ ସୟିଦକୁ ପାକିସ୍ତାନରେ ଭେଟିଥିଲା
ଏଥିପାଇଁ ଅନୁରୋଧ କରିଥିଲା ଭାରତୀୟ ଗୁଇନ୍ଦା ସଂସ୍ଥା
ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିଥିଲା 
ମନମୋହନ ସିଂହ ୟାସିନ ମଲିକକୁ ଧନ୍ୟବାଦ ଦେଇଥିଲେ
ଦିଲ୍ଲୀ ହାଇକୋର୍ଟରେ ୟାସିନ ମଲ୍ଲିକର ସତ୍ୟପାଠରୁ ଖୁଲାସା  
ତତ୍କାଳୀନ କଂଗ୍ରେସ ସରକାରକୁ ବିଜେପିର କଡ଼ା ସମାଲୋଚନା 
ପୂର୍ବରୁ ୟାସିନ ସହ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ  ସମ୍ପର୍କ ଥିଲା 
ପ୍ରଧାନମନ୍ତ୍ରୀଙ୍କ ଘରେ ୟାସିନ ମଲିକ ବିରିୟାନି ଖାଉଥିଲା 
ବିଜେପି  ଅଭିଯୋଗ କରିବା ସହ କଡ଼ା ସମାଲୋଚନା କରିଛି   
ବିଭିନ୍ନ ମହଲରେ ମଧ୍ୟ କଡ଼ା ପ୍ରତିକ୍ରିୟା