କନକ ବ୍ୟୁରୋ: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି । ମେଲାନିଆ ଚିଠି ଜରିଆରେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଶିଶୁମାନଙ୍କର ନିରୀହତା ଏବଂ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । ଏହି ପତ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପୁଟିନଙ୍କୁ ହସ୍ତାନ୍ତର କରାଯାଇଥିଲା, ଯେଉଁଥିରେ ମେଲାନିଆ ଶାନ୍ତି ଓ ମାନବୀୟତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶିଶୁମାନଙ୍କ ଦୁର୍ଦ୍ଦଶାକୁ ନେଇ ଏକ ବିଶେଷ ଆହ୍ୱାନ ଭାବେ ବିବେଚନା କରାଯାଉଛି । ମେଲନିଆ ଙ୍କ ଏହି ଚିଠି ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଶାନ୍ତି ଆଲୋଚନା ପୂର୍ବରୁ ପ୍ରଦାନ କରା ଯାଇଥିଲା ।
ମେଲାନିଆ ଟ୍ରମ୍ପଙ୍କ ଚିଠିରେ କ’ଣ ଅଛି
- ସମସ୍ତ ଶିଶୁ ନିରୀହ ସ୍ନେହ, ସୁରକ୍ଷା ଏବଂ ସୁଯୋଗର ସ୍ୱପ୍ନ ଦେଖନ୍ତି
-ସେମାନେ ଯେଉଁଠାରେ ଜନ୍ମ ହୁଅନ୍ତୁ ନା କାହିଁକି ବଞ୍ଚିବାର ଅଧିକାର ରହିଛି
- ପୁଟିନଙ୍କୁ ଜଣେ ପିତା ଏବଂ ନେତା ଭାବେ ସମ୍ବୋଧନ କରି ଶିଶୁମାନଙ୍କ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି
- ପୁଟିନ କେବଳ ଏକ କଲମର ଚିହ୍ନ ଦ୍ୱାରା ଶିଶୁମାନଙ୍କ ଭବିଷ୍ୟତ ସୁରକ୍ଷିତ କରିପାରିବେ
- ଶିଶୁମାନଙ୍କୁ ସୁରକ୍ଷା ଦେଇ ପୁଟିନ କେବଳ ରୁଷିଆ ନୁହେଁ, ସମଗ୍ର ମାନବଜାତିର ସେବା କରିବା ଉଚିତ
- ଯୁଦ୍ଧରେ ଫସିଥିବା ଶିଶୁମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ଅପିଲ
-ଶାନ୍ତି ପାଇଁ ପଦକ୍ଷେପ ନେବାକୁ ପୁଟିନଙ୍କୁ ଆହ୍ୱାନ