କନକ ବ୍ୟୁରୋ: ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣ ହୋଇଛି । ଭାରତୀୟ ସମୟ ରାତି ୧୧.୩୦ରେ ଟ୍ରମ୍ପଙ୍କ ଉପରକୁ ଆକ୍ରମଣ ହୋଇଥିଲା ।  ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳିବା ସମୟରେ ଆକ୍ରମଣ ଆକ୍ରମଣ କରିଥିଲେ ଅଭିଯୁକ୍ତ ।  ଅଭିଯୁକ୍ତ ଗୁଳିମାଡ଼ କରି ଫେରାର୍ ହୋଇଥିଲା । 

ଟ୍ରମ୍ପଙ୍କୁ ଟାର୍ଗେଟ କରି ଚାରି ରାଉଣ୍ଡ ଗୁଳିମାଡ଼ ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ-୪୭ ଜବତ ହୋଇଥିବା ବେଲେ ଟ୍ରମ୍ପ ସୁରକ୍ଷିତ ଅଛନ୍ତି । ଗୁଳିଚାଳନା ନେଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା କୁହାଯାଉଛି। ଅଭିଯୁକ୍ତ ଜଣେ ବଡ ୟୁକ୍ରେନ ସମର୍ଥକ ବୋଲି ସୂଚନା ମିଳିଛି ।

  • କିଏ ଏହି ଆକ୍ରମଣକାରୀ ?
  • ଗିରଫ ଅଭିଯୁକ୍ତ ଡେମୋକ୍ରାଟ ପାର୍ଟିର ଜଣେ ସମର୍ଥକ
  • ନାଁ ରିଆନ ୱେସଲି ରୌଥ , ବୟସ ୫୮ ବର୍ଷ
  • ରୌଥ ୟୁକ୍ରେନର ଜଣେ ଦୃଢ ସମର୍ଥକ 
  • ଆକ୍ରମଣ ଉଦ୍ଦେଶ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ

ଏହି ଘଟଣା ପରେ ଆମେରିକା ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇପଡ଼ିଛି । ଏହାସହ ଟ୍ରମ୍ପଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ସେପଟେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପଚାରିଛନ୍ତି ଅନ୍ୟ କୌଣସି ରାଜନେତାଙ୍କ ଉପରେ ଆକ୍ରମଣ ହେଉଛି କାହିଁକି ବାରମ୍ବାର ଟ୍ରମ୍ପଙ୍କୁ ଆକ୍ରମଣ କରାଯାଉଛି । ଯାହାକୁ ନେଇ ସୋସିଆଲ ମିଡିଆରେ ତାତି ଉଠିଛନ୍ତି ସମର୍ଥକ । ଜୁଲାଇ ୧୩ ତାରିଖରେ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲି ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଏପରିକି ଟ୍ରମ୍ପଙ୍କ କାନରେ ଗୁଳିବାଜି ବାହାରି ଯାଇଥିଲା । ଏହାସହ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଡୋମୋକ୍ରାଟିକ୍ ଦଳ ପକ୍ଷରୁ ଉପରାଷ୍ଟ୍ରପତି କମଳା ହାରିସ୍ ଏଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ସେପଟେ ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ଥରେ ନିର୍ବାଚନ ଲଢ଼ୁଛନ୍ତି ।