କନକ ବ୍ୟୁରୋ : ଚଳିତ ବର୍ଷ ଅକ୍ଷତ ରହିବ ଦେଶର ଆର୍ଥିକ ଅଭିବୃଦ୍ଧି। ପୂର୍ବ ଆକଳନ ଅନୁସାରେ ୭.୨ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ଭାରତ। ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ସିଏ ସମ୍ମିଳନୀରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଆରବିଆଇ ଗଭରନର ଶକ୍ତିକାନ୍ତ ଦାସ

Advertisment

ଗତକାଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ତ୍ରୟମାସିକ ଅର୍ଥାତ୍ ଏପ୍ରିଲ-ଜୁନ ଜିଡିପି ଅଭିବୃଦ୍ଧି ୬.୭%କୁ ଖସିବା ପରେ ଆଜି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । RBI ଗଭର୍ଣ୍ଣର କହିଛନ୍ତି, ନିର୍ବାଚନଜନିତ ଆଦର୍ଶ ଆଚରଣ ବିଧି ଲାଗୁ କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟୟ କମିଥିଲା । ସରକାରୀ ବ୍ୟୟ ହ୍ରାସ ପ୍ରଭାବରୁ ଅଭିବୃଦ୍ଧି ଏଭଳି ଖସିଛି । ତେବେ ପରବର୍ତ୍ତି ତ୍ରୟ ମାସରେ ଅଭିବୃଦ୍ଧିରେ ସୁଧାର ଆସିବ ।

ଶକ୍ତିକାନ୍ତ ଦାସ ଆହୁରି କହିଛନ୍ତି, ମୌସୁମୀ ବର୍ଷା ସ୍ୱାଭାବିକ ଥିବାରୁ ଆଗାମୀ ଦିନରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିବ । ଶିଳ୍ପ, ମାନୁଫାକ୍ଚରିଂ, ସେବା, ଘରୋଇ ବ୍ୟୟରେ ବୃଦ୍ଧି ଯୋଗୁଁ ସମ୍ପୂର୍ଣ୍ଣ ୨୦୨୪-୨୫ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ପୂର୍ବ ଆକଳନ ମୁତାବକ ୭.୨% ହେବ ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ । ଏଥିସହ ଇନୋଭେ, ଷ୍ଟାଟ ଅପ୍ କ୍ଷେତ୍ରରେ ଦେଶର ସ୍ଥିତି ଭଲ ଥିବା ବେଳେ ଯୁବପିଢ଼ିଙ୍କ ଭୂମିକା ଏହି କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି