କନକ ବ୍ୟୁରୋ : ଅଧ ରାତିରେ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ । ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା । ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ କୁନର ଅଞ୍ଚଳରେ ୬ ଦଶମିକ ୩ ତିବ୍ରତାରେ ଭୁମିକମ୍ପ ଅନୁଭୁତ ହୋଇଛି । ଯାହାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ଏବେବି ଅନେକ ଲୋକଙ୍କ ପତ୍ତା ମିଳୁନଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଶତାଧିକ ଲୋକଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ପାଇଁ ହେଲିକପ୍ଟର ମୁତୟନ କରାଯାଇଛି । ଭୁକମ୍ପର ଗଭିରତା ୮ କିଲୋମିଟର ପର୍ଯ୍ୟନ୍ତ ରହିଛଇ । ଗତକାଲି ରାତି ପ୍ରାୟ ୧୧ଟା ୪୭ ମିନିଟ ସମୟରେ ଭୁକମ୍ପ ହୋଇଛି । ଏବେବି ମାଟି ତଳେ ଅନେକ ଲୋକ ରହିଥିବା ସୂଚନା ମଳିଛି । ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର କେନ୍ଦ୍ର ସ୍ଥଳ ରହିଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଛି । କନକ ନ୍ୟୁଜକୁ ଆଫଗାନିସ୍ତାନର ପ୍ରବାସୀ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ ମୁତାଲିବ କହିଛନ୍ତି, କୁନାର ଜିଲ୍ଲାର ଅଧିକ ଗ୍ରାମ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।
ଆଫଗାନିସ୍ତାନରେ ହାହାକାର
ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଭାଗରେ ବିଳମ୍ବିତ ରାତିରେ ଭୂମିକମ୍ପ ଅନୁଭୂତ ହୋଇଥିଲା
ଭୂମିକମ୍ପ ରାତି ୧୨ଟା୪୭ ରେ ହୋଇଥିଲା
ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନର ଖାଇବର ପଖତୁନଖ୍ୱାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା
ଅଫଗାନିସ୍ତାନରେ ୬.୦ ତିବ୍ରତାର ଭୂକମ୍ପ ହେବା କାରଣରୁ ପୂର୍ବ ଆଫଗାନରେ ବିପତ୍ତିପୂର୍ଣ୍ଣ ସ୍ଥିତି
ଭୂକମ୍ପ ନାଙ୍ଗରହାର୍ ପ୍ରଦେଶର ଜଲାଲାବାଦ୍ ନଗରରୁ ୨୭ କିଲୋମିଟର୍ ଦୂରରେ ସୃଷ୍ଟି
ମୃତ୍ୟୁସଂଖ୍ୟା ୭୦୦ରୁ ଅଧିକ, ଆହତଙ୍କ ସଂଖ୍ୟା ୧୫୦୦ରୁ ଅଧିକ
କୁନାର୍ ଓ ନାଙ୍ଗରହାର୍ ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି, ଅନେକ ଗ୍ରାମ ସମ୍ପୂର୍ଣ୍ଣ ନଷ୍ଟ
ତାଲିବାନ ସରକାର ବିଦେଶୀ ସହାୟତା ପାଇଁ ଆବେଦନ କରିଛନ୍ତି
ରେସ୍କ୍ୟୁ ଅପରେସନ୍ ଜାରି ରହିଛି
ଭାରତ ଆଫଗାନିସ୍ତାନକୁ ୧୦୦୦ ଟେଣ୍ଟ ପ୍ରଦାନ କରିଛି
ପର୍ବତୀୟ ଅଞ୍ଚଳରେ ରାସ୍ତା ଭୂସ୍ଖଳନ ଦ୍ୱାରା ବନ୍ଦ୍, ହେଲିକପ୍ଟର୍ ମାଧ୍ୟମରେ ଆହତଙ୍କୁ ହସ୍ପିଟାଲ୍ ନିଆଯାଉଛି
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି, ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି
ଘଟଣାସ୍ଥଳରେ ରେଡକ୍ରସ୍ ପାଣି, ଆଶ୍ରୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛି
ଅଫଗାନିସ୍ତାନର ଆର୍ଥିକ ସଙ୍କଟ ମଝିରେ ଏହି ଭୂକମ୍ପ ଆହୁରି ବିପର୍ଯ୍ୟୟ ସୃଷ୍ଟି କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/01/34-2025-09-01-15-06-20.jpg)