ଶତ୍ରୁଙ୍କୁ ଥରହର କରିବ DRDOର ‘ପ୍ରୋଜେକ୍ଟ ବିଷ୍ଣୁ’ ! ଭାରତ ତିଆରି କରିବାକୁ ଯାଉଛି ଘାତକ ହାଇପରସୋନିକ୍ ମିସାଇଲ୍

ପ୍ରୋଜେକ୍ଟ ବିଷ୍ଣୁ ମାଧ୍ୟମରେ କେବଳ ଆକ୍ରମଣ କରିବା ପାଇଁ କ୍ଷେପଣାସ୍ତ୍ର ତିଆରି କରାଯିବ ନାହିଁ ବରଂ ଏହା ଅଧୀନରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ସିଷ୍ଟମ୍ ମଧ୍ୟ ତିଆରି ହେବ ଯାହା ଶତ୍ରୁର କ୍ରୁଜ୍ କିମ୍ବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରାସ୍ତାରେ ହିଁ ନଷ୍ଟ କରିଦେବ ଅର୍ଥାତ ଭାରତର ବାୟୁ ସୁରକ୍ଷା ମଧ୍ୟ ପୂର୍ବ ଅପେକ୍ଷା ଅନେକ ଗୁଣ ମଜଭୁତ ହେବାର ସମ୍ଭାବନା ରହିଛି ।

project Bishnu

project Bishnu Photograph: (kanakNews)

କନକ ବ୍ୟୁରୋ : ସୀମାରେ ଚାରିଆଡ଼େ ବଢୁଥିବା ଆହ୍ଵାନ ମଧ୍ୟରେ ଭାରତ ନିଜର ସାମରିକ ଶକ୍ତିକୁ ମଜଭୁତ କରିବାରେ ଲାଗିଛି । ଏହା ସହିତ ଭାରତ ନିଜର କ୍ଷେପଣାସ୍ତ୍ର ଶକ୍ତିକୁ ଏକ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରୋଜେକ୍ଟ ବିଷ୍ଣୁ ଏବେ ଶତ୍ରୁମାନଙ୍କର ନିଦ ହଜାଇଦେବ । ଏହି ପ୍ରୋଜେକ୍ଟ ଉପରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (DRDO) ଦ୍ରୁତ ଗତିରେ କାମ କରୁଛି । ଦାବି କରାଯାଉଛି କି ଏହା ଭାରତର ଏପର୍ଯ୍ୟନ୍ତର ସବୁଠାରୁ ଆଡଭାନ୍ସଡ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ଟେକ୍ନୋଲୋଜି ହେବ ।

ET-LDHCM
ET-LDHCM Photograph: (google)

ଏସୀୟ ଅଞ୍ଚଳରେ ବଦଳିବ ଶକ୍ତି ସନ୍ତୁଳନ !

DRDO ଏହି ସ୍ପେଶାଲ୍ ପ୍ରୋଜେକ୍ଟ ଅଧୀନରେ ଏକସଙ୍ଗରେ ୧୨ ଟି ଅଲଗା ପ୍ରକାରର ହାଇପରସୋନିକ୍ କ୍ଷେପଣାସ୍ତ୍ର ତିଆରି କରୁଛି । ଏହି କ୍ଷେପଣାସ୍ତ୍ରଗୁଡ଼ିକ ଏତେ ଶୀଘ୍ର ଗତି କରିବ ଯେ ସମଗ୍ର ଏସିଆରେ ଶକ୍ତି ସନ୍ତୁଳନ ବଦଳାଇବାର କ୍ଷମତା ରଖିବ । ଏହି କ୍ଷେପଣାସ୍ତ୍ରଗୁଡ଼ିକର ଗତି ମ୍ୟାକ୍ ୮ ଅର୍ଥାତ ପ୍ରାୟ ୧୧,୦୦୦ କିଲୋମିଟର ପ୍ରତି ଘଣ୍ଟା ହେବ । ପ୍ରୋଜେକ୍ଟ ବିଷ୍ଣୁ ମାଧ୍ୟମରେ କେବଳ ଆକ୍ରମଣ କରିବା ପାଇଁ କ୍ଷେପଣାସ୍ତ୍ର ତିଆରି କରାଯିବ ନାହିଁ ବରଂ ଏହା ଅଧୀନରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ସିଷ୍ଟମ୍ ମଧ୍ୟ ତିଆରି ହେବ ଯାହା ଶତ୍ରୁର କ୍ରୁଜ୍ କିମ୍ବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରାସ୍ତାରେ ହିଁ ନଷ୍ଟ କରିଦେବ ଅର୍ଥାତ ଭାରତର ବାୟୁ ସୁରକ୍ଷା ମଧ୍ୟ ପୂର୍ବ ଅପେକ୍ଷା ଅନେକ ଗୁଣ ମଜଭୁତ ହେବାର ସମ୍ଭାବନା ରହିଛି । DRDOର ଯୋଜନା ରହିଛି କି ୨୦୩୦ ସୁଦ୍ଧା ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲ୍ (HGV) ଟେକ୍ନୋଲୋଜିକୁ ସମ୍ପୂର୍ଣ୍ଣ ଭାବରେ ଅପରେସନାଲ୍ କରିଦିଆଯିବ । ଏହା ପରେ ପାକିସ୍ତାନର ଯେକୌଣସି ଅଂଶକୁ କିଛି ମିନିଟ୍ ମଧ୍ୟରେ ଟାର୍ଗେଟ୍ କରାଯାଇପାରିବ । ଖାସ୍ କଥା ହେଉଛି କି ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଅଟକାଇବା ଶତ୍ରୁ ପାଇଁ ପ୍ରାୟ ଅସମ୍ଭବ ହେବ ।

କଣ୍ଟ୍ରୋଲ୍ ମଧ୍ୟ ହେବ, ରାଡାରକୁ ଚକ୍‌ମା ମଧ୍ୟ ଦେବ : 

ଏହି କ୍ଷେପଣାସ୍ତ୍ରଗୁଡ଼ିକରେ ଆଡଭାନ୍ସଡ୍ ନେଭିଗେସନ୍ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍ ରହିବ । କ୍ଷେପଣାସ୍ତ୍ରକୁ ଲଞ୍ଚ୍ କରିବା ପରେ ମଧ୍ୟ ଏହାର ଟାର୍ଗେଟକୁ ବଦଳା ଯାଇପାରିବ। ଏହା ବ୍ୟତୀତ ଶତ୍ରୁର ରାଡାରକୁ ମଧ୍ୟ ଚକ୍‌ମା ଦେବାରେ ସକ୍ଷମ ହେବ । ET-LDHCM ନାମକ କ୍ଷେପଣାସ୍ତ୍ରଗୁଡ଼ିକ ସ୍କ୍ରାମଜେଟ୍ ଇଞ୍ଜିନରେ ସଜ୍ଜିତ ହେବ, ଯାହା ଏଗୁଡ଼ିକୁ ହାଇପରସୋନିକ୍ ସ୍ପିଡ୍ ଦେବ । DRDO ଏହାର ପ୍ରାରମ୍ଭିକ ଟ୍ରାଏଲ୍ ମଧ୍ୟ କରିସାରିଛି । ଖାସ୍ କଥା ହେଉଛି ଏହା ଯେକୌଣସି ସ୍ଥାନରୁ ମୋବାଇଲ୍ ଲଞ୍ଚର, ଏୟାରକ୍ରାଫ୍ଟ କିମ୍ବା ନେଭିର ଯୁଦ୍ଧପୋତରୁ ମଧ୍ୟ ଟାର୍ଗେଟ୍ କରାଯାଇପାରିବ । ଏହି କ୍ଷେପଣାସ୍ତ୍ରଗୁଡ଼ିକର ରେଞ୍ଜ ପ୍ରାୟ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ହେବ । ଚୀନ୍ ଭଳି ଦେଶମାନଙ୍କର ଆଡଭାନ୍ସଡ୍ ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ମଧ୍ୟ ଏଗୁଡ଼ିକୁ ଧରିବା ଅସମ୍ଭବ ହେବ । ପ୍ରୋଜେକ୍ଟ ବିଷ୍ଣୁ ସଂପୂର୍ଣ୍ଣ ହେବା ମାତ୍ରେ ଭାରତ ପାଖରେ ଦୁନିଆର ସବୁଠାରୁ ଆଡଭାନ୍ସଡ୍ ଏବଂ ଘାତକ ହାଇପରସୋନିକ୍ କ୍ଷେପଣାସ୍ତ୍ର ଶକ୍ତି ହେବ ଯାହା ଯେକୌଣସି ଶତ୍ରୁ ପାଇଁ ସବୁଠାରୁ ବଡ଼ ଭୟ ସାବ୍ୟସ୍ତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe