କନକ ବ୍ୟୁରୋ : ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତାଙ୍କର ‘ବନ୍ଧୁ’ ଏବଂ ‘ସବୁଠାରୁ ସୁନ୍ଦର ମଣିଷ’ ବୋଲି କହିଛନ୍ତି । ଫ୍ଲାଗାଣ୍ଟ ପୋଡକାଷ୍ଟରେ ବିଶ୍ୱର ନେତାଙ୍କ ମୂଲ୍ୟାଙ୍କନ କରି ଟ୍ରମ୍ପ କହିଛନ୍ତି, ମୋଦୀଙ୍କୁ ସେ ନିଜର ଭଲ ବନ୍ଧୁ ଭାବନ୍ତି ।
ଟ୍ରମ୍ପ କହିଛନ୍ତି ଯେବେଠୁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠୁ ଦେଶର ଅସ୍ଥିରତା କମ ହୋଇଛି । ଏଥିସହ ଟ୍ରମ୍ପ କହିଛନ୍ତି ଯଦି କେହି ଭାରତକୁ ଧମକ ଦିଏ ତେବେ ସେ ସମ୍ପୂର୍ଣ୍ଣ ଭାବେ ଏହାର କଡ଼ା ଜବାବ ଦିଅନ୍ତି । ବାହାରୁ ଜଣେ କଠୋର ବାପା ଭଳି ଦେଖାଦେଲେ ବି ଭିତରୁ ଜଣେ ଉତ୍ତମ ମଣିଷ ମୋଦୀ । ପୋଡକାଷ୍ଟରେ ସାକ୍ଷାତକାର ଦେବା ସମୟରେ ୨୦୧୯ ରେ ଟେକ୍ସାସରେ ଆୟୋଜିତ ଆଇକନିକ୍ “ହାଓଡିମୋଦି” କାର୍ଯ୍ୟକ୍ରମକୁ ମଧ୍ୟ ମନେ ପକାଇଥିଲେ ଟ୍ରମ୍ପ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହୁଥିବାବେଳେ ଟ୍ରମ୍ପ ମୋଦୀଙ୍କ ନେତୃତ୍ୱ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରି ବର୍ତ୍ତମାନ ସମାନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ।