କନକ ବ୍ୟୁରୋ : ପୁଣି ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ । ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ଲାଗିବାରେ ଆମେରିକାର ହାତ ଥିବା ସ୍ପଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ୍ ହାଉସରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ଏକଥା କହିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଣିଥାନ୍ତା ପରମାଣୁ ବିପତ୍ତିର ରୂପ । ଭାରତ ଏବଂ ପାକିସ୍ତାନର ନେତାମାନଙ୍କୁ ଏବଂ ନିଜ ଟିମ୍ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ଦୁଇ ଦେଶ ସହ ବାଣିଜ୍ୟ ବିଷୟରେ ଆଲୋଚନା ହୋଇଛି । ଦୁଇ ଦେଶର ନେତା ଆମ କଥା ମାନି ଯୁଦ୍ଧ ରୋକିବାକୁ ରାଜି ହୋଇଥିଲେ ବୋଲି କହିଛନ୍ତି ଟ୍ରମ୍ପ ।
ମେ’ ୧୧ ତାରିଖରେ ଯେତେବେଳେ ଯୁଦ୍ଧବିରତି ହେଲା, ସେତେବେଳେ ଟ୍ରମ୍ପଙ୍କ ପୋଷ୍ଟ ଗୁରୁତ୍ବ ବହନ କରିଥିଲା । ଆମେରିକାର ମଧ୍ୟସ୍ଥତାରେ ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଥିଲେ । ତେବେ ଏହାର କିଛିଦିନ ପରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଭାରତ ଓ ପାକିସ୍ତାନ ଯୁଦ୍ଧିବିରତିରେ ମଧ୍ୟସ୍ଥତା କରିନାହାନ୍ତି । କେବଳ ଭାରତ-ପାକିସ୍ତାନ ସମସ୍ୟାର ସମାଧାନ କରିବାରେ ସହାୟତା କରିବା କଥା କହିଥିଲେ ।