ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟଙ୍କ ଛାଟ; ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍ ...

'ଡେମୋକ୍ରାସି ଫରୱାର୍ଡ' ସଂଗଠନର ମୁଖ୍ୟ ସ୍କାଏ ପେରିମ୍ୟାନ୍ ଟ୍ରମ୍ପ ସରକାରଙ୍କ ଛଟେଇ ନିର୍ଦ୍ଦେଶକୁ ସମାଲୋଚନା କରି କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଜନସାଧାରଣଙ୍କ ସେବା କରନ୍ତି ଏବଂ ଏପରି ମହାନ କାର୍ଯ୍ୟ କରୁଥିବା ଲୋକଙ୍କ ଜୀବିକା ସହିତ ଖେଳିବା କେବଳ ନିଷ୍ଠୁର ନୁହେଁ ବରଂ ବେଆଇନ ମଧ୍ୟ ।

Donald Trump

Donald Trump Photograph: (Donald Trump)

କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାନ ଫ୍ରାନ୍ସିସ୍କୋର ଏକ ଫେଡେରାଲ କୋର୍ଟଙ୍କ ବଡ଼ ଝଟକା । ସଟଡାଉନ ବେଳେ ୪ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ବିଚାରପତି ସୁସାନ ଇଲଷ୍ଟନ । ବିଚାରପତିଙ୍କ ଏହି ଆଦେଶକୁ ଆମେରିକୀୟ ସରକାରୀ କର୍ମଚାରୀ ୟୁନିଅନ ଗୁଡ଼ିକ ସ୍ୱାଗତ କରିଛନ୍ତି ।

ଖାଲି ଏତିକି ନୁର୍ହେ ବିଚାରପତି ସୁସାନ ଇଲଷ୍ଟନ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ମାମଲାର ଶୁଣାଣି କରି ବିଚାରପତି କହିଥିଲେ ଯେ ଟ୍ରମ୍ପଙ୍କ ଛଟେଇ ବେଆଇନ ଏବଂ କ୍ଷମତାର ଉଲ୍ଲଙ୍ଘନ କରୁଛି । ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ଥିଲା, ଯାହା ଉପଯୁକ୍ତ ବିଚାର ବିନା କାର୍ଯ୍ୟକାରୀ କରାଯାଇଥିଲା । ବିଚାରପତି ଟ୍ରମ୍ପ ପ୍ରାଶାସନିକ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ, ସଟଡାଉନ୍ ସମୟରେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ୪ ହଜାର କର୍ମଚାରୀଙ୍କୁ ଛଟେଇ ନୋଟିସ ପଠାଯାଇଥିଲା । ମାନବ ସମ୍ବଳ ବିଭାଗ ମଧ୍ୟ ବନ୍ଦ ଥିଲା, ଏବଂ କୌଣସି ପୂର୍ବ ସୂଚନା ବିନା ଛଟେଇର ଏହି ମାମଲା ଶତ୍ରୁକୁ ପ୍ରସ୍ତୁତିର ସୁଯୋଗ ନ ଦେଇ ଗୁଳି ଚଳାଇବା ଭଳି; ଏହା ଆଦୌ ଗ୍ରହଣୀୟ ନୁହେଁ ।

ବଡ଼ କଥା ହେଉଛି ଚାକିରିରୁ ଛଟେଇ ନେଇ ଆମେରିକା ସରକାରୀ କର୍ମଚାରୀ ମହାସଂଘ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବେ ହ୍ୱାଇଟ୍ ହାଉସ୍ କୋର୍ଟଙ୍କ ଶୁଣାଣି ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି । ଖାସ୍ କରି ଟ୍ରମ୍ପ ପ୍ରଶାସନର ପରିଚାଳନା ଏବଂ ବଜେଟ୍ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ । 'ଡେମୋକ୍ରାସି ଫରୱାର୍ଡ' ସଂଗଠନର ମୁଖ୍ୟ ସ୍କାଏ ପେରିମ୍ୟାନ୍ ଟ୍ରମ୍ପ ସରକାରଙ୍କ ଛଟେଇ ନିର୍ଦ୍ଦେଶକୁ ସମାଲୋଚନା କରି କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଜନସାଧାରଣଙ୍କ ସେବା କରନ୍ତି ଏବଂ ଏପରି ମହାନ କାର୍ଯ୍ୟ କରୁଥିବା ଲୋକଙ୍କ ଜୀବିକା ସହିତ ଖେଳିବା କେବଳ ନିଷ୍ଠୁର ନୁହେଁ ବରଂ ବେଆଇନ ମଧ୍ୟ ।

ସରକାରୀ କାର୍ଯ୍ୟ ଯୋଗୁଁ ଲୋକମାନେ ପୂର୍ବରୁ କ୍ଷତି ସହୁଥିବା ସମୟରେ ଏହି ଛଟେଇ କରାଯାଉଛି । ଡେମୋକ୍ରାଟିକ୍ ସାଂସଦମାନେ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହୁଛନ୍ତି ଏବଂ କହୁଛନ୍ତି ସ୍ୱାସ୍ଥ୍ୟ ସେବା ସହିତ ଜଡିତ ଦାବି ଗୁଡ଼ିକୁ ମଧ୍ୟ ବିଲ୍‌ରେ ଅନ୍ତର୍ଭୁକ୍ତ କରାଯିବା ଉଚିତ, କିନ୍ତୁ ରିପବ୍ଲିକାନ୍ ହାଉସ୍ ସ୍ପିକର୍ ମାଇକ୍ ଜନସନଙ୍କ କହିବା କଥା  ଡେମୋକ୍ରାଟମାନେ ସେମାନଙ୍କର ଦାବିରୁ ଓହରିଲେ ଯାଇ ହିଁ ଆଲୋଚନା ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe