କନକ ବ୍ୟୁରୋ : ସୁନୀତା ୱିଲିୟମ୍ସ ଓ ବୁଚ୍ ବିଲ୍ମୋର ଅନ୍ତରୀକ୍ଷରେ ୯  ମାସରୁ ଅଧିକ ସମୟ ଧରି ରହିବା ପରେ ଏବେ ପୃଥିବୀକୁ ଫେରିଛନ୍ତି  । ସୁନୀତା ଓ ତାଙ୍କ ସହଯୋଗୀ ମାତ୍ର ୮ ଦିନ ପାଇଁ ଅନ୍ତରୀକ୍ଷକୁ ଯାଇଥିଲେ । ହେଲେ ସ୍ପେସକ୍ରାଫ୍ଟ ଖରାପ ହୋଇଯିବା କାରଣରୁ ସେମାନେ ଫେରିପାରିନଥିଲେ । ହେଲେ ଅନ୍ତରୀକ୍ଷରେ ୮ ଦିନ ସ୍ଥାନରେ ୨୭୮ ଦିନ ବିତାଇଥିଲେ ବି ନାସା ସେମାନଙ୍କୁ ଓଭର ଟାଇମ୍ ବାବଦରେ ଟଙ୍କା ଦେବ ନାହିଁ । ଏଣୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଏକ ନିଆରା ପ୍ରସ୍ତାବ ଦେଇଛନ୍ତି ।

Advertisment

ଓବଲ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ  ପ୍ରଶ୍ନ ପଚାରାଯାଇଥିଲା କି, ସୁନୀତା ଓ ତାଙ୍କ ସହଯୋଗୀଙ୍କୁ ନାସା ଓଭର ଟାଇମ୍ ପାଇଁ ଅର୍ଥ ଦେବ ନାହିଁ । ଏହି ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍ କହିଛନ୍ତି ଯେ, ଏନେଇ ମୋତେ ପୂର୍ବରୁ କିଛି କୁହାଯାଇନାହିଁ । ଯଦି ଏନେଇ କିଛି କରିବାକୁ ପଡେ ତେବେ ମୁଁ ମୋ ପକେଟରୁ ସେମାନଙ୍କୁ ଓଭରଟାଇମ୍ ବାବଦରେ ଟଙ୍କା ଦେଇଦେବି ।

କେବଳ ସେତିକି ନୁହେଁ ଦୁଇ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇଆଣିବା ନେଇ ଟ୍ରମ୍ପ୍ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି, ଯଦି ଆମ ପାଖରେ ଏଲନ ମସ୍କ ନଥାନ୍ତେ ତେବେ ଦୁଇ ଅନ୍ତରୀକ୍ଷ ଯାତ୍ରୀ କେତେ ଦିନ ଯାଏଁ ମହାକାଶରେ ରହିଥାନ୍ତେ ତାହା କହିବା ମୁସ୍କିଲ ।