କନକ ବ୍ୟୁରୋ : ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡର ଡେରାଡୁନ ସହର । ବନ୍ୟା ଓ ଭୂସ୍ଖଳନରେ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଡେରାଡୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାରୁ ସହସ୍ତ୍ରଧାରା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଞ୍ଚଳରେ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ କିଛି ଗାଡ଼ି  ସହ ଦୋକାନ ଘର ଭାସି ଯାଇଛି । ସୋମବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତମ୍‌ସା ନଦୀରେ ଜଳସ୍ତର ବଢ଼ିବା ଯୋଗୁ   ଟପକେଶ୍ବର ମହାଦେବ ମନ୍ଦିର ବୁଡ଼ି ଯାଇଛି ।
ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ
ପୁଣି ବାଦଲଫଟା ବର୍ଷା
ବନ୍ୟା ଓ ଭୂସ୍ଖଳନରେ ଅନେକ ନିଖୋଜ
ବିଭିନ୍ନ ସ୍ଥାନରେ ପାହାଡ଼ ଧସିଥିବା ସୂଚନା
ସୋମବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ହୋଇଛି
ତମ୍‌ସା ନଦୀରେ ଜଳସ୍ତର ବୃଦ୍ଧି ପାଇଛି
ଭୂସ୍ଖଳନର ଭୟଙ୍କର ଚିତ୍ର ସାମ୍ନାକୁ ଆସିଲା
ଅନେକ ପର୍ଯ୍ୟଟକ ଫସିରହିଛନ୍ତି
ଉଦ୍ଧାର ପାଇଁ ପହଞ୍ଚିଲା ଏନଡିଆରଏଫ ଓ ସେନା
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କରୁଛନ୍ତି ଅନୁଧ୍ୟାନ
ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ