ରେଳ କର୍ମଚାରୀଙ୍କୁ ପାର୍ବଣ ଭେଟି; ୭୮ ଦିନର ବୋନସ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପ୍ରତିବର୍ଷ ଦୁର୍ଗା ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଏ । ଚଳିତ ବର୍ଷ ମଧ୍ୟ ପ୍ରାୟ ୧୦.୯୧ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ଦିନର ମଜୁରୀ ସମକକ୍ଷ ପିଏଲବି ପ୍ରଦାନ କରାଯାଉଛି ।

Railway Employees

Photograph: (Kanak News)

କନକ ବ୍ୟୁରୋ : ରେଳକର୍ମଚାରୀଙ୍କୁ ପୂଜା ଭେଟି । ୧୦ଲକ୍ଷ ୯୧ ହଜାର ୧୪୬ଜଣ କର୍ମଚାରୀଙ୍କୁ ମିଳିବ ୭୮ଦିନର ବୋନୋସ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ୧୦ ଲକ୍ଷ ୯୧ ହଜାର ୧୪୬ ଜଣ ରେଳ କର୍ମଚାରୀଙ୍କୁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ବା ପ୍ରଡକ୍ଟିଭିଟି ଲିଙ୍କଡ୍ ବୋନସ ବା ପିଏଲବି ବାବଦରେ ୧୮୬୫.୮୬ କୋଟି ଟଙ୍କା ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି ।

ପ୍ରତିବର୍ଷ ଦୁର୍ଗା ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଏ । ଚଳିତ ବର୍ଷ ମଧ୍ୟ ପ୍ରାୟ ୧୦.୯୧ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ଦିନର ମଜୁରୀ ସମକକ୍ଷ ପିଏଲବି ପ୍ରଦାନ କରାଯାଉଛି । ପିଏଲବି ପ୍ରଦାନ ରେଳ କର୍ମଚାରୀମାନଙ୍କୁ ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ପ୍ରେରଣା ଦେବା ପାଇଁ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe