କନକ ବ୍ୟୁରୋ : ଗୀତ ଏବଂ ଅଭିନୟ ମାଧ୍ୟମରେ କୋଟି କୋଟି ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ଦିଲଜିତ ଦୋସାଞ୍ଝ ଏବେ ତାଙ୍କ ଦିଲ୍-ଲୁମିନାଟି କନ୍‌ସର୍ଟକୁ ନେଇ ଚର୍ଚ୍ଚାରେ । ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ଶୋ’ର ଟିକେଟ୍ ମୂଲ୍ୟ ବହୁତ ଅଧିକ, ଯେଉଁଥିପାଇଁ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି

ଦିଲ୍-ଲୁମିନାଟି କନ୍‌ସର୍ଟ ପାଇଁ ଟିକେଟ୍ ମୂଲ୍ୟ ହେରଫେର କରିବା ଅଭିଯୋଗରେ ଦିଲଜିତଙ୍କୁ ଆଇନଗତ ନୋଟିସ୍ ପଠାଯାଇଛି । ଦିଲ୍ଲୀର ଜଣେ ଆଇନ ଛାତ୍ରୀ ଟିକେଟ୍ କିଣିବାକୁ ଅସମର୍ଥ ହେବା ପରେ ଗାୟକଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଆୟୋଜକମାନେ ଟିକେଟ୍ ଉପଲବ୍ଧତାରେ ଗଡ଼ବଡ଼ କରିଛନ୍ତି ଯେଉଁଥିପାଇଁ ଟିକେଟ୍ ମୂଲ୍ୟରେ ମଧ୍ୟ ହେରଫେର ହୋଇଛି ଏବଂ ଏହାର ଦାମ୍ ବଢାଇ ଦିଆଯାଇଛି ।

ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ, ପାସ୍‌ ପାଇଁ ସେପ୍ଟେମ୍ବର ୧୨ ଦିନ ୧ଟା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ପାସ୍‌ଗୁଡ଼ିକୁ ଗୋଟିଏ ମିନିଟ୍ ପୂର୍ବରୁ ବିକ୍ରୟ ପାଇଁ ଉପଲବ୍ଧ କରାଯାଇଥିଲା ଏବଂ ପ୍ରାୟ ତୁରନ୍ତ ବିକ୍ରି ହୋଇଯାଇଥିଲା । ଛାତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସେ ବିଶେଷ କରି ଅର୍ଲି ବର୍ଡ ପାସ୍ ପାଇଁ ଏକ ଏଚଡିଏଫସି କ୍ରେଡିଟ୍ କାର୍ଡ କିଣିଥିଲେ । କିନ୍ତୁ ତଥାପି ସେ ଟିକେଟ ପାଇବାରେ ବିଫଳ ହୋଇଛନ୍ତି । ଦିଲଜିତଙ୍କ ବ୍ୟତୀତ ଏହି ନୋଟିସ୍ ଅନ୍ୟ ପକ୍ଷଙ୍କୁ ମଧ୍ୟ ପଠାଯାଇଛି । ଏଠାରେ ସୂଚନାଯୋଗ୍ୟ, ଦିଲଜିତ ଦୋସାଞ୍ଝ ବର୍ତ୍ତମାନ ୟୁରୋପରେ ଅଛନ୍ତି । ସେ ଅକ୍ଟୋବରରେ ଭାରତ ଆସିବେ ଏବଂ ୧୦ଟି ସହରରେ ଶୋ’ କରିବେ ।