କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଟାଟା ଗ୍ରୁପ ମାଲିକାନାରେ ଚାଲିଥିବା ଏୟାର ଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଜଣେ ଅଯୋଗ୍ୟ ଘୋଷିତ ପାଇଲଟଙ୍କ ଦ୍ୱାରା ବିମାନ ଚଳାଇବା ମାମଲାରେ ଏହି ଜରିମାନା ଲଗାଯାଇଛି । କେବଳ ସେତିକି ନୁହେଁ ଏହି କାରଣ ପାଇଁ ଡିଜିସିଏ ତରଫରୁ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ପଙ୍କୁଲ ମାଥୁର ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ମନୀଷ ବାସବଦାଙ୍କ ଉପରେ କ୍ରମାଗତ ଭାବେ ୬ ଲକ୍ଷ ଓ ୩ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।
ଏକ ବିଜ୍ଞପ୍ତିରେ ଡିଜିସିଏ କହିଛି କି, ଏହି ପାଇଲଟ ଜଣଙ୍କୁ ଭବିଷ୍ୟତରେ ଯେଭଳି ବିମାନ ଚଳାଇବାକୁ ନ ଦିଆଯାଏ ସେଥିପ୍ରତି ସତର୍କ ରହିବାକୁ ଏୟାର ଇଣ୍ଡିଆକୁ ଚେତାବନୀ ଦିଆଯାଇଛି । ଏୟାର ଇଣ୍ଡିଆ ଲିମିଟେଡ ଦ୍ୱାରା ଜଣେ ଅଣ ପ୍ରଶିକ୍ଷିତ ଲାଇନ କ୍ୟାପ୍ଟଟେନ ଦ୍ୱାରା ଏକ ଉଡାଣ ସଂଚାଳନ କରାଯାଇଥିଲା । ଏହାସହ ପାଇଲଟଙ୍କ ସହ ଜଣେ ଅଣ ପ୍ରଶିକ୍ଷିତ ପ୍ରଥମ ଅଧିକାରୀଙ୍କୁ ପଠାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜିସିଏ ତରଫରୁ ଏହାକୁ ଏକ ଗମ୍ଭୀର ଅପରାଧ ବୋଲି ବିବେଚନା କରି ଏଭଳି ଜରିମାନା ଲଗାଇଛନ୍ତି ।
ଏଭଳି ଅବହେଳିତ ଆଚରଣ ପାଇଁ ଡିଜିସିଏ ତରଫରୁ ଏୟାର ଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।