ଦିଲ୍ଲୀ ବାୟୁ ପ୍ରଦୂଷଣ ସାଜିଲା ସୁପରବଗ୍ ବ୍ୟାପିବାର କାରଣ: ମଣିଷ ଶରୀରରେ କମୁଛି ରୋଗ ପ୍ରତିରୋଧକ ଶକ୍ତି

Advertisment

ରାଜଧାନୀ ଦିଲ୍ଲୀର ପ୍ରଦୂଷିତ ବାୟୁ ଏବେ କେବଳ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଦେଉନାହିଁ, ବରଂ ଏହା ଶରୀରରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ସୁପରବଗ୍ ବ୍ୟାପିବାର କାରଣ ସାଜିଛି ।

ରାଜଧାନୀ ଦିଲ୍ଲୀର ପ୍ରଦୂଷିତ ବାୟୁ ଏବେ କେବଳ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଦେଉନାହିଁ, ବରଂ ଏହା ଶରୀରରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ସୁପରବଗ୍ ବ୍ୟାପିବାର କାରଣ ସାଜିଛି ।

Delhi Pollution

Delhi Pollution Photograph: (Kanak News)

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ପ୍ରଦୂଷିତ ବାୟୁ ଏବେ କେବଳ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଦେଉନାହିଁ, ବରଂ ଏହା ଶରୀରରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ସୁପରବଗ୍ ବ୍ୟାପିବାର କାରଣ ସାଜିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀର ବାୟୁମଣ୍ଡଳରେ ଅତ୍ୟଧିକ ପରିମାଣର ଆଣ୍ଟିବାୟୋଟିକ୍-ରେସିଷ୍ଟାଣ୍ଟ ଜିନ୍  ମିଳିଛି । ଏହାର ଅର୍ଥ ହେଉଛି, ସାଧାରଣ ସଂକ୍ରମଣ ପାଇଁ ବ୍ୟବହୃତ ହେଉଥିବା ଔଷଧ ବା ଆଣ୍ଟିବାୟୋଟିକ୍ ଆଉ ରୋଗୀଙ୍କ ଶରୀରରେ କାମ କରୁନାହିଁ । ବିଶେଷ କରି ହସ୍ପିଟାଲ ଏବଂ ଅପରିଷ୍କାର ନାଳନର୍ଦ୍ଦମା ନିକଟବର୍ତ୍ତୀ ଅଞ୍ଚଳରେ ଏହି ବିପଦ ଅଧିକ ରହିଛି । ବାୟୁ ମାଧ୍ୟମରେ ଏହି ସୁପରବଗ୍‌ଗୁଡିକ ସୁସ୍ଥ ଲୋକଙ୍କ ଶରୀରକୁ ପ୍ରବେଶ କରୁଥିବାରୁ  ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଭାବେ ଉଭା ହୋଇଛି । ବୈଜ୍ଞାନିକମାନଙ୍କ ଅନୁଯାୟୀ, ଯଦି ଏହାକୁ ରୋକା ନଯାଏ, ତେବେ ଭବିଷ୍ୟତରେ ସାମାନ୍ୟ ରୋଗର ଚିକିତ୍ସା କରିବା ମଧ୍ୟ ଅସମ୍ଭବ ହୋଇପଡ଼ିବ ।

ବିଦା ହେବେ ମୁସ୍ତାଫିଜୁର୍, ୯କୋଟି ଯିବ କୁଆଡ଼େ?

ସାବଧାନ! ପ୍ରଦୂଷଣ ଭିତରେ ଜୀବାଣୁ ଭୟ!
ଦିଲ୍ଲୀର ବାୟୁରେ ବିଭିନ୍ନ ପ୍ରକାରର ଔଷଧ-ପ୍ରତିରୋଧକ ଜୀବାଣୁ ବା ସୁପରବଗ୍‌ର ଉପସ୍ଥିତି ଚିହ୍ନଟ 
ଜୀବାଣୁଗୁଡ଼ିକ ଶରୀରରେ ପ୍ରବେଶ କଲେ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ମଧ୍ୟ ରୋଗ ଭଲ କରିବାରେ ବିଫଳ ହେଉଛି
ଅଧ୍ୟୟନ ଅନୁଯାୟୀ, ଡାକ୍ତରଖାନାର ବର୍ଜ୍ୟବସ୍ତୁ ଏବଂ ଖୋଲା ନର୍ଦ୍ଦମା ଏହି ବିପଜ୍ଜନକ ଜୀବାଣୁ ବ୍ୟାପିବାର ମୂଳ ଉତ୍ସ 
ନିଶ୍ୱାସ ମାଧ୍ୟମରେ ଏହି କ୍ଷତିକାରକ ଜିନ୍‌ଗୁଡ଼ିକ ସିଧାସଳଖ ଫୁସଫୁସ ଏବଂ ରକ୍ତରେ ମିଶୁଛି
ଏହା ଦ୍ୱାରା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି ଏବଂ ସଂକ୍ରମଣ ଜଟିଳ ରୂପ ଧାରଣ କରୁଛି
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି, ଏହା ଦ୍ୱାରା ‘ସାଇଲେଣ୍ଟ ପାଣ୍ଡେମିକ’ ବା ନିରବ ମହାମାରୀ ପରିସ୍ଥିତି ସୃଷ୍ଟି ହୋଇପାରେ
ସହରର ପରିମଳ ବ୍ୟବସ୍ଥାରେ ସୁଧାର ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe