କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପରେ ବଦଳିଲେ ପୋଲିସ କମିସନର । ସତୀଶ ଗୋଲଚା ହେଲେ ଦିଲ୍ଲୀ ପୋଲିସ କମିସନର । ୧୯୯୨ ବ୍ୟାଚର ଆଇପିଏସ୍ ଅଫିସର ସତୀଶ ଗୋଲଚାଙ୍କୁ ଦିଲ୍ଲୀ ପୋଲିସ କମିସନର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ଦିଲ୍ଲୀର ଡାଇରେକ୍ଟର ଜେନେରାଲ ଜେଲ ବିଭାଗ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏହି ନିଯୁକ୍ତି ଦିଲ୍ଲୀର ଅପରାଧ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।
ଗୋଲଚାଙ୍କର ଦୀର୍ଘ ଅଭିଜ୍ଞତା ଏବଂ ପ୍ରଶାସନିକ ଦକ୍ଷତା ଦିଲ୍ଲୀ ପୋଲିସକୁ ନୂତନ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ସତୀଶ ଅତୀତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କର ନେତୃତ୍ୱରେ ଅନେକ ସଫଳତା ହାସଲ କରିଛି ଦିଲ୍ଲୀ ପୋଲିସ୍ । ଏହି ନିଯୁକ୍ତି ସହିତ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ ବୋଲି ଆଶା କରାଯାଉଛି । ଜନଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ ମାଡ଼ ମାରିବା ଘଟଣା ପରେ ବଦଳିଛନ୍ତି ଦିଲ୍ଲୀ ପୋଲିସ କମିସନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/21/delhi-police-commissioner-2025-08-21-20-15-29.jpg)