କନକ ବ୍ୟୁରୋ : ୫ ହଜାର କୋଟି ଟଙ୍କାର କୋକେନ ଜବତ । ଦିଲ୍ଲୀ ଓ ଗୁଜରାଟ ପୁଲିସକୁ ମିଳିତ ସଫଳତା । ୫୧୮ କେଜିର କୋକେନ ଜବତ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ୫ ହଜାର କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ପକ୍ଷରୁ କରଯାଇଥିବା ସ୍ୱତନ୍ତ୍ର ଅପରେସନକୁ ଏହି ସଫଳତା ମିଳିଛି ।
ଗୁଜରାଟର ଆଙ୍କଲେଶ୍ୱର ଅଞ୍ଚଳରେ ଥିବା ଆବକର ଡ୍ରଗ୍ସ କମ୍ପାନୀରୁ ଏହି କୋକେନ ଜବତ କରାଯାଇଛି । ଏହା ପୂର୍ବରୁ ଚଳିତ ମାସରେ ଦୁଇଟି ସ୍ଥାନରେ ଚଢାଉ କରି ମୋଟ ଉପରେ ୭୦୦ କିଲୋ ଓଜନର କୋକେନ ଜବତ କରାଯାଇଥିଲା । ଗତ ଅକ୍ଟୋବର ୧ ତାରିଖରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୦୦ କିଲୋ ଏବଂ ରମେଶ ନଗରରୁ ୨୦୦ କିଲୋ କେକେନ ଜବତ କରିଥିଲା ଦିଲ୍ଲୀ ପୁଲିସ । ପରେ ଏହା ସହ ଲିଙ୍କ୍ ଥିବା ଗୁଜରାଟର ଆବକର ଡ୍ରଗ୍ସ କମ୍ପାନୀ ଉପରେ ରେଡ କରାଯାଇଥିଲା ।
ମୋଟ ଉପରେ ଅକ୍ଟୋବର ମାସରେ ୧୨୮୯ କିଲୋ କେକେନ ଏବଂ ୪୦ କିଲୋ ଥାଇ ଗଞ୍ଜେଇ ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ୧୩ ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/RlHH5mh9Qgveyq2uf0Ug.jpg)