କନକ ବ୍ୟୁରୋ : ଦିନକୁ ଦିନ ରାଜଧାନୀ ଦିଲ୍ଲୀର ବାୟୁ ଖରାପ ଖରାପ ହେବାରେ ଲାଗଛି । ହେଲେ ଲୋକେ ଦୀପାବଳୀରେ ବାଣ ଫୁଟାଇବା ପାଇଁ ବାଣ କିଣୁଛନ୍ତି । ଯାହାକୁ ନେଇ ଚିନ୍ତାପ୍ରକଟ କରିବା ସହ ନିୟମ ଉଲଘଂନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲର ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଦିଲ୍ଲୀରେ ବାଣ ବିକ୍ରି ବ୍ୟାନ ଥିଲେ ମଧ୍ୟ ବହୁ ଲୋକେ ସୀମାନ୍ତ ରାଜ୍ୟ ହରିୟାଣା ଉତ୍ତରପ୍ରଦେଶରୁ ବାଣ କିଣି ଦିଲ୍ଲୀରେ ବିକ୍ରି କରୁଛନ୍ତି ।
ପଟେ ଦିଲ୍ଲୀ ବାୟୁର ଗୁଣବତ୍ତା ପୁଣି ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସିଆସିଛି । ଆଗାମୀ ଦିନରେ ପ୍ରଦୂଷଣର ମାତ୍ରା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହୁଛି । ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ । ଫଳରେ ଲୋକେ ନିଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଛି ।
ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାର ସବୁଠାରୁ ବଡ଼ କାରଣ ହେଉଛି ପଞ୍ଜାବ-ହରିୟାଣା ସମେତ ପଡୋଶୀ ରାଜ୍ୟରେ ନଡ଼ା ଜଳିବା । ପ୍ରତିବର୍ଷ ଏହି ଋତୁରେ କୃଷକମାନେ ନଡ଼ା ଜଳିବା ଯୋଗୁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଏ । ଦୀପାବଳିକୁ ଆଉ ମାତ୍ର ୪ ଦିନ ବାକି ଅଛି କିନ୍ତୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ନଡ଼ା ଜାଳିବାକୁ ନେଇ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାକୁ ତାଗିଦ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/28/lGLyVxBKKkhtTUxNZ2q4.jpg)