Rajnath Singh : ନାଁ ନେଲେନି...ଟ୍ରମ୍ପଙ୍କୁ ଟାର୍ଗେଟ୍‌ କଲେ ରାଜନାଥ ସିଂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଶ୍ରୀ ସିଂ କହିଛନ୍ତି ଯେ ତାଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି।  ଭାରତ ଆଜି କେବଳ ନିଜ ମାଟିରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁନାହିଁ ବରଂ ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକର ସୁରକ୍ଷା ଆବଶ୍ୟକତାକୁ ମଧ୍ୟ ପୂରଣ କରୁଛି

Trump Rajnath

Trump Rajnath Photograph: (Kanak News)

କନକ ବ୍ୟୁର: ଭାରତ ଆମେରିକା ବିବାଦ ଭିତରେ ପ୍ରତିରକ୍ଷାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି । କାରଣ ରାଜନାଥ ସିଧାସଳଖ କହିଛନ୍ତି,କିଛି ଲୋକ ନିଜକୁ ବିଶ୍ବର ବସ୍‌ ବୋଲି ଭାବନ୍ତି । ହେଲେ ସେମାନେ ଭାବିରଖିବା ଦରକାର ବର୍ତ୍ତମାନ ଦୁନିଆରେ ବସ୍‌ ହେବା ସହଜ ନୁହେଁ । ଏହାସହ ପରୋକ୍ଷରେ ସେ କହିଛନ୍ତି, କିଛି ଲୋକଙ୍କୁ ଭାରତର ବିକାଶ ପସନ୍ଦ ନୁହେଁ । ହେଲେ ବି ଭାରତର ବିକାଶର ରାସ୍ତା କେହି ଅଟକାଇପାରିବେ ନାହିଁ । 

ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଉମରିଆରେ ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌ର ଏକ ନୂଆ ରେଳ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। 'ବ୍ରହ୍ମା' ନାମକ ଏହି ପ୍ରକଳ୍ପର ଭୂମିପୂଜନ ଅବସରରେ ସେ ଭାରତୀୟ ଉତ୍ପାଦନ କ୍ଷେତ୍ରକୁ ମଜବୁତ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପରେ ପରେ କହିଛନ୍ତି, ଏହି ପ୍ରକଳ୍ପ କେବଳ ଭାରତୀୟ ରେଳବାଇକୁ ଶକ୍ତିଶାଳୀ କରିବ ନାହିଁ ବରଂ ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭର ଭାରତର ସଂକଳ୍ପକୁ ମଧ୍ୟ ସାକାର କରିବ। ସେ କହିଥିଲେ, "ବିଇଏମ୍ଏଲ୍ ଭଳି ସଂସ୍ଥା ଭାରତର ଶିଳ୍ପ ଏବଂ ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ଯାତ୍ରାରେ ଏକ ସ୍ତମ୍ଭ ଭଳି ଛିଡ଼ା ହୋଇଛି। 'ବ୍ରହ୍ମା' ଭଳି ପ୍ରକଳ୍ପ ଆତ୍ମନିର୍ଭର, ବିଶ୍ୱସ୍ତରରେ ପ୍ରତିଯୋଗୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାର ଆମର ଅର୍ଥନୈତିକ ସଂକଳ୍ପକୁ ଦୃଢ଼ କରୁଛି ।

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଶ୍ରୀ ସିଂ କହିଛନ୍ତି ଯେ ତାଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି।  ଭାରତ ଆଜି କେବଳ ନିଜ ମାଟିରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁନାହିଁ ବରଂ ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକର ସୁରକ୍ଷା ଆବଶ୍ୟକତାକୁ ମଧ୍ୟ ପୂରଣ କରୁଛି । ଆମର ପ୍ରତିରକ୍ଷା ଉତ୍ପାଦନ ଏବଂ ରପ୍ତାନି ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହା ଏକ ନୂଆ ଭାରତର ନୂଆ ପ୍ରତିରକ୍ଷା କ୍ଷେତ୍ରକୁ ଦର୍ଶାଉଛି। ଠିକ୍‌ ସେହିପରି "ଅପରେସନ୍ ସିନ୍ଦୂର"ର ସଫଳତାକୁ ଉଦାହରଣ ଭାବେ ଦର୍ଶାଇ କହିଥିଲେ ଯେ ଏହା ସ୍ୱଦେଶୀ ଉପକରଣର ଶକ୍ତି ଏବଂ ଦେଶୀୟ ଶକ୍ତି ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର ଭାରତର ସାମର୍ଥ୍ୟକୁ ପ୍ରମାଣିତ କରିଛି ।

ଏହି ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ୬୦ ହେକ୍ଟର ଜମିରେ ନିର୍ମିତ ହେବ ଏବଂ ଏହା ଦ୍ୱାରା ୫୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି କାରଖାନାରେ ବନ୍ଦେ ଭାରତ, ଅମୃତ ଭାରତ ଏବଂ ମେଟ୍ରୋ ଟ୍ରେନ୍ ପାଇଁ ଅତ୍ୟାଧୁନିକ କୋଚ୍ ନିର୍ମାଣ କରାଯିବ । ଯାହା ଘରୋଇ ବଜାର ସହିତ ରପ୍ତାନି ପାଇଁ ମଧ୍ୟ ଉଦ୍ଦିଷ୍ଟ।  ଏହାଦ୍ୱାରା ସ୍ଥାନୀୟ ଯୋଗାଣ ଶୃଙ୍ଖଳା ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ମିଳିବ ।

ପ୍ରତିରକ୍ଷା ମନ୍ତ୍ରୀ ଗବେଷଣା ଏବଂ ବିକାଶ (R&D) କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ରାଜନାଥ । ରାଜନାଥ ଏହା ମଧ୍ୟ କହିଛନ୍ତି ଯେ କିଛି ବିଶ୍ୱ ଶକ୍ତି ଭାରତର ଦ୍ରୁତ ଅଗ୍ରଗତିରେ ଖୁସି ନୁହନ୍ତି ଏବଂ ଭାରତୀୟ ରପ୍ତାନି ଉପରେ ଶୁଳ୍କ ଲଗାଇ ଏହାକୁ ମହଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ବିଦେଶୀଙ୍କ ଚାଲ୍‌ ଭାରତ ଉପରେ କେବେ ବି ପ୍ରଭାବ ପକାଇବା ନାହିଁ ବୋଲି ରାଜନାଥ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe