ବିବାଦରେ ସିଜେଆଇ ଓ ମୋଦୀଙ୍କ ପୂଜା; ନ୍ୟାୟିକ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

Advertisment

ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।

ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି ।

PM Modi-CJI

କନକ ବ୍ୟୁରୋ : ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଦେଶର ମୁଖ୍ୟ ଓ ନାୟିକ ମୁଖ୍ୟଙ୍କ ଏଭଳି ଭେଟଘାଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି, ସମ୍ବିଧାନର ରକ୍ଷକ ରାଜନେତାଙ୍କୁ ଭେଟିବା ଲୋକଙ୍କ ମନରେ ନ୍ୟାୟିକ ନିରପେକ୍ଷତା ନେଇ ସନ୍ଦେହ ସୃଷ୍ଟି କରିପାରେ । ଏକାଧିକ ମାମଲା ଉପରେ ସୁପ୍ରିମକୋର୍ଟର ରାୟ ଏବଂ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛନ୍ତି । ସେହିପରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ଭେଟଘାଟକୁ ନେଇ ଆଶ୍ଚର୍ୟ୍ୟ ପ୍ରକଟ କରିବା ସହ କହିଛନ୍ତି, ଏହା ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଥିବା ଲୋକଙ୍କ ବିଶ୍ୱାସକୁ ପ୍ରଭାବିତ କରିବ ।

ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଶିବସେନା ୟୁବିଟିର ଅନେକ ମାମଲାର ଶୁଣାଣି ହେବାର ରହିଛି । ମୋଦୀ ଓ ଚନ୍ଦ୍ରଚୁଡ଼ଙ୍କ ଭେଟଘାଟ ପରେ ଏସବୁ ମାମଲା ପ୍ରଭାବିତ ହେବା ନେଇ ସନ୍ଦେହ କରିଛି ଶିବସେନା । ସଞ୍ଜୟ ରାଉତ କହିଛନ୍ତି, ଇଭିଏମକୁ କ୍ଲିନ୍‌ଚିଟ୍ ମିଳିବା, ପଶ୍ଚିମବଙ୍ଗ ଦୁଷ୍କର୍ମ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବା କିନ୍ତୁ ମହାରାଷ୍ଟ୍ର ଦୁଷ୍କର୍ମ ମାମଲାରେ କୌଣସି ପ୍ରତିକ୍ରିୟା ନରଖିବା, ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ, ଶିବସେନା ମାଲିକାନା ମାମଲାରେ ତାରିଖ ପରେ ତାରିଖ ଘୁଞ୍ଚିବା, ଏସବୁ କାହିଁକି ଘଟୁଛି, ବୁଝିଯାଆନ୍ତୁ... ଭାରତ ମାତା କି ଜୟ!!!!"

କିନ୍ତୁ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ଏଭଳି ଭେଟଘାଟରେ କୌଣସି ଭୁଲ ନାହିଁ କହିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଆଦିଶୀ ଅଗ୍ରୱାଲ । ସେପଟେ ବିରୋଧୀଙ୍କ ଏପରି ଇଙ୍ଗିତକୁ ଖଣ୍ଡନ କରି ବିଜେପି କହିଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କେବଳ ଗଣେଶ ପୂଜା ଉତ୍ସବରେ ସୀମିତ ଥିଲା, ଏହା ଆମ ସଂସ୍କୃତିର ଏକ ଅଂଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe