କନକ ବ୍ୟୁରୋ : ଗୁଜରାଟକୁ ଭୟଙ୍କର ବାତ୍ୟା ଭୟ । ମାଡ଼ିଆସୁଛି ସୁପର ସାଇକ୍ଲୋନ ‘ଆସନା’ । ଆରବସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଆସନା ଏବେ ଗୁଜରାଟବାସୀଙ୍କ ଚିନ୍ତା ବଢାଇଦେଇଛି। କଛ ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ଏବଂ ଭୁଜ ଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପ୍ରାୟ ୯୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ପଶ୍ଚିମ ଦିଗକୁ ଗତିକରି ଆଜି ଏହା ଉତ୍ତରପୂର୍ବ ଆରବ ସାଗର ଉପରେ ଘନୀଭୂତ ହେବ । ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଦୁଇ ଦିନ ଭିତରେ ଭାରତ ଉପକୂଳ ଠାରୁ ଦୂରେଇ ଯିବ ।
ଜଳଭାଗ ନୁହେଁ ସ୍ଥଳଭାଗରୁ ସୃଷ୍ଟି ହେଲା ବାତ୍ୟା । ୮୦ ବର୍ଷ ଭିତରେ ଏହା ଚତୁର୍ଥ ସାମୁଦ୍ରିକ ଘଟଣା । ବାତ୍ୟା ଆସନା ଅନ୍ୟ ବାତ୍ୟା ଠାରୁ ଭିନ୍ନ ଅଟେ । ମୁଖ୍ୟତଃ ସବୁ ବାତ୍ୟାର ଉତ୍ସ ଜଳଭାଗରୁ ଆରମ୍ଭ ହୋଇଥାଏ । କିନ୍ତୁ ବାତ୍ୟା ‘ଆସନା’ର ଉତ୍ସ ସ୍ଥଳ ଭାଗରେ ରହିଛି । ଏଭଳି ବାତ୍ୟା ବିଗତ ୧୦୦ ବର୍ଷ ମଧ୍ୟରେ ମାତ୍ର ୩ ଥର ଦେଖିବାକୁ ମିଳିଛି । ୧୮୯୧ ରୁ ୨୦୨୩ ଭିତରେ ଆରବ ସାଗରରେ ଏଭଳି ତିନୋଟି ସାଇକ୍ଲୋନିକ ଝଡ ସୃଷ୍ଟି ହୋଇଥିଲା । ୧୯୭୬ ପରଠାରୁ ଆରବ ସାଗରରେ ସୃଷ୍ଟି ଏହି ପ୍ରକାର ସାମୁଦ୍ରିକ ଝଡ଼ ପ୍ରଥମ ହେବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୧୯୭୬ରେ ଓଡିଶାରେ ମଧ୍ୟ ଏହିଭଳି ଘୂର୍ଣ୍ଣିବଳୟ ବିକଶିତ ହୋଇଥିଲା ।
ତେବେ ବାତ୍ୟା ଆସନା ପ୍ରଭାବରେ ଗୁଜରାଟରେ ଭୀଷଣ ବର୍ଷା ଲାଗି ରହିଛି । ବର୍ଷା ଅଘଟଣରେ ୩୫ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ପ୍ରଭାବିତ ଅଞ୍ଚଳରେ ଭାରତୀୟ ସେନା ଯବାନ ରିଲିଫ ଓ ରେସକ୍ୟୁ କାମରେ ନିୟୋଜିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/8VAg7xE4o6ZR59Sxt3oF.jpg)