ଇତିହାସରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ସାତଫେରା ନେବେ ଦୁଇ ଯବାନ

Advertisment

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି ପୁନମ । ଜମ୍ମୁ କାଶ୍ମୀରରେ ସିଆରପିଏଫ୍‌ ତରଫରୁ ନିୟୋଜିତ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଅଭିନାଶ କୁମାରଙ୍କ ସହ ପୁନମ୍‌ ବିବାହ କରିବାକୁ ଯାଉଛନ୍ତି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି ପୁନମ । ଜମ୍ମୁ କାଶ୍ମୀରରେ ସିଆରପିଏଫ୍‌ ତରଫରୁ ନିୟୋଜିତ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଅଭିନାଶ କୁମାରଙ୍କ ସହ ପୁନମ୍‌ ବିବାହ କରିବାକୁ ଯାଉଛନ୍ତି ।

Wedding At Rashtrapati Bhawan

Photograph: (kanak news)

କନକ ବ୍ୟୁରୋ : ରାଷ୍ଟ୍ରପତି ଭବନ ପାଲଟିବ ମଣ୍ତପ । ବାଜିବ ଶେହନାଇ, ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ସିଆରପିଏଫ୍‌ ଯବାନ । ଇତିହାସରେ ପ୍ରଥମଥର ପାଇଁ ଏମିତି ହେବାକୁ ଯାଉଛି । ରାଷ୍ଟ୍ରପତି ଭବନରେ ସିଆର୍‌ପିଏଫ୍‌ର ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ଉତ୍ସବ ଆୟୋଜିତ ହେବ ।

ସୂଚନା ମୁତାବକ ପୁନମ୍‌ ଗୁପ୍ତା କିଛି ମାସ ହେବ ରାଷ୍ଟ୍ରପତି ଭବନରେ ପର୍ସନାଲ ସିକ୍ୟୁରିଟି ଅଫିସର ବା ପିଏସଓ ଭାବରେ କାର୍ଯ୍ୟରତ ଥିଲେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ଜମ୍ମୁ କାଶ୍ମୀରରେ ସିଆରପିଏଫ୍‌ ତରଫରୁ ନିୟୋଜିତ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଅଭିନାଶ କୁମାରଙ୍କ ସହ ପୁନମ୍‌ ବିବାହ କରିବାକୁ ଯାଉଛନ୍ତି । ୧୨ ଫେବ୍ରୁଆରୀରେ ରାଷ୍ଟ୍ରପତି ଭବନରେ ଏହି ବିବାହ ସମ୍ପନ୍ନ ହେବ ।

ପୁନମଙ୍କ ଘର ମଧ୍ୟପ୍ରଦେଶ ଶିବପୁରୀରେ । ପୁନମଙ୍କ ଉତ୍ତମ ବ୍ୟବହାର, କର୍ତ୍ତବ୍ୟ ପରାୟଣତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବେଶ୍‌ ପ୍ରଭାବିତ କରିଛି । ଯେତେବେଳେ ତାଙ୍କୁ ପୁନମଙ୍କ ବାହାଘର ଠିକ ହୋଇଥିବା କଥା ଜାଣିପାରିଲେ । ସେତେବେଳେ ବିବାହକୁ ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍‌ ପରିସରରେ କରିବା ପାଇଁ ନିର୍ଦ୍ଦେଶ ଦେଲେ । ତେବେ କିଛି ଜଣାଶୁଣା ଲୋକଙ୍କ ଉପସ୍ଥିତିରେ ୧୨ ତାରିଖରେ ବିବାହ ସଂପନ୍ନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe