ଆରପାରିରେ ସୀତାରାମ ୟେଚୁରୀ; ଛାତ୍ର ରାଜନୀତିରୁ ଧରିଥିଲେ ମଙ୍ଗ, ଜେଏନୟୁକୁ କମ୍ୟୁନିଷ୍ଟ ଦୁର୍ଗରେ କରିଥିଲେ ପରିଣତ

Advertisment

ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଆଜି ପରଲୋକ ହୋଇଛି । ଫୁସଫୁସ ସଂକ୍ରମଣ ଯୋଗୁ ଗତ କିଛିଦିନ ହେଲା ଦିଲ୍ଲୀ ଏମ୍ସରେ ଚିକିତ୍ସତ ହେଉଥିଲେ । ୭୨ ବଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଆଜି ପରଲୋକ ହୋଇଛି । ଫୁସଫୁସ ସଂକ୍ରମଣ ଯୋଗୁ ଗତ କିଛିଦିନ ହେଲା ଦିଲ୍ଲୀ ଏମ୍ସରେ ଚିକିତ୍ସତ ହେଉଥିଲେ । ୭୨ ବଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Sitaram Yechury

କନକ ବ୍ୟୁରୋ : ସିପିଆଇଏମର ତିନି ଥର ସାଧାରଣ ସମ୍ପାଦକ ହୋଇଥିବା ସୀତାରାମ ୟେଚୁରୀ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ଦେଶର ସବୁଠୁ ସମ୍ମାନଜନକ କୁହାଯାଉଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦରରେ ସଭାପତି ନିର୍ବାଚିତ ହେବା ପୂର୍ବରୁ ସୀତାରାମ ଜରୁରୀକାଳୀନ ପରିସ୍ଥତିରେ ଗିରଫ ହୋଇଥିଲେ । ନିଜର ସାଥୀ କମ୍ରେଡ୍ ସିପିଆଇଏମର ପୂର୍ବତନ ସାଧାରଣ ସମ୍ପାଦକ ପ୍ରକାଶ କାରଟଙ୍କ ସହ ମିଶି ଜେଏନୟୁକୁ କମ୍ୟୁନିଷ୍ଟ ଦୁର୍ଗରେ ପରିଣତ କରିଥିଲେ।

ପ୍ରକାଶଙ୍କ ପରେ ୨୦୧୫ରେ ସିପିଆଇଏମ ୨୧ତମ କଂଗ୍ରେସ ଅଧିବେଶନରେ ପ୍ରଥମ ଥର ପାଇଁ ସୀତାରମ ସାଧାରଣ ସମ୍ପାଦକ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଜୀବନର ଶେଷ ପର୍ୟ୍ୟନ୍ତ ଦଳର ସାଧାରଣ ସମ୍ପାଦକ ଦାୟିତ୍ୱ ଥିବା ସୀତାରାମଙ୍କୁ ଦଳର ନରମପନ୍ଥି ଭାବେ ଗଣାଯାଉଥିଲା ।

ଭାରତ ଆମେରିକା ଆଣବିକ ଚୁକ୍ତିକୁ ବିରୋଧ କରି ତତକାଳୀନ ୟୁପିଏ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ଦଳର ନିଷ୍ପତ୍ତିକୁ ବିରୋଧ କରିଥିଲେ ସୀତାରାମ ୟେଚୁରୀ । ତାଙ୍କ ମତରେ ଦେଶର ସ୍ୱାର୍ଥ ପାଇଁ ଏଭଳି ଚୁକ୍ତିର ଆବଶ୍ୟକତା ଥିଲା । ସୀତାରମ ପ୍ରଥମ ଥର ପାଇଁ ୨୦୦୫ ରେ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ତୃତୀୟ ବାର ତାଙ୍କୁ ମନୋନିତ କରିବାକୁ ଦଳ ମନା କରିଥିଲା । ସବୁବେଳେ ହସ ହସ ମୁଖରେ ଥିବା ସୀତରାମଙ୍କର ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହ ଭଲ ସମ୍ପର୍କ ଥିଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ସୀତାରାମଙ୍କ ପରାମର୍ଶ ନେଉଥିବା ଦେଖାଯାଏ ।

୨୦୨୧ରେ ସୀତାରାମଙ୍କ ପୁଅ ଆଶିଷ ୟେଚୁରୀଙ୍କ କୋଭିଡରେ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ସୀମା ଚିସ୍ତି ଦ ଓୟାର ମାଗାଜିନର ସମ୍ପାଦକ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe