କନକ ବ୍ୟୁରୋ : ବିଷାକ୍ତ କଫ୍ ସିରପ୍ ସେବନ ପରେ ଶିଶୁ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ସେବନ କରି ୨୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କୋଲଡ୍ରିଫ୍ କଫ୍ ସିରପ୍ ପ୍ରସ୍ତୁତ କରିଥିବା ଶ୍ରେସନ ଫାର୍ମା କମ୍ପାନିର ମାଲିକ ରଙ୍ଗନାଥନଙ୍କୁ ଗତକାଲି ମଧ୍ୟପ୍ରଦେଶ ପୁଲିସ ଚେନ୍ନାଇରୁ ଗିରଫ କରିଛି । ଶ୍ରେସନ ଫାର୍ମା କମ୍ପାନିକୁ ସିଲ୍ କରାଯିବା ସହ ବହୁ ରାଜ୍ୟ ସମ୍ପୃକ୍ତ କଫ୍ ସିରପ୍ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ତେବେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
କଫ୍ ସିରପ୍ ମାମଲା; ପିଆଇଏଲ୍ ଖାରଜ କଲେ ସୁପ୍ରିମକୋର୍ଟ
ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ସେବନ କରି ୨୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କୋଲଡ୍ରିଫ୍ କଫ୍ ସିରପ୍ ପ୍ରସ୍ତୁତ କରିଥିବା ଶ୍ରେସନ ଫାର୍ମା କମ୍ପାନିର ମାଲିକ ରଙ୍ଗନାଥନଙ୍କୁ ଗତକାଲି ମଧ୍ୟପ୍ରଦେଶ ପୁଲିସ ଚେନ୍ନାଇରୁ ଗିରଫ କରିଛି ।
/kanak/media/media_files/2025/10/10/cough-syrup-2025-10-10-20-35-47.jpg)