କନକ ବ୍ୟୁରୋ : ମଧ୍ୟପ୍ରଦେଶର ଛିନ୍ଦବାଡ଼ା ଜିଲ୍ଲାରେ ବିଷାକ୍ତ କଫ୍ ସିରପ୍ ପିଇ ୧୪ ପିଲାଙ୍କର ମୃତ୍ୟୁ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ପିଆଇଏଲ୍ ଦାଖଲ୍ ହୋଇଛି, ଯେଉଁଥିରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି ଆବେଦନକାରୀ । ଏହାଛଡ଼ା ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ସମାନ ଘଟଣା ଘଟିଛି । ମଧ୍ୟପ୍ରଦେଶ ସରକାରଙ୍କ ଲ୍ୟାବ୍ ପରୀକ୍ଷାରେ ସିରପ୍ରେ ବିଷାକ୍ତ ଡାଇଥାଇଲିନ୍ ଗ୍ଲାଇକଲ୍ ମିଳିଛି, ଯାହା ଔଷଧୀୟ ପ୍ରୟୋଗରେ ନିଷିଦ୍ଧ ।
ତାମିଲନାଡୁର ଶ୍ରୀସନ୍ ଫାର୍ମା ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ସିରପ୍କୁ ବ୍ୟାନ୍ କରାଯାଇଛି । ରାଜ୍ୟ ସରକାର ୩ଜଣଙ୍କୁ ନିଲମ୍ବନ କରିଛନ୍ତି ଏବଂ ଔଷଧ ନିୟନ୍ତ୍ରକଙ୍କୁ ବଦଳି କରାଯାଇଛି । ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ଗଠନ ହୋଇଛି । ସମସ୍ତ ଏଫ୍ଆଇଆର୍ ସିବିଆଇକୁ ହସ୍ତାନ୍ତର କରି ବିଚାରପତିଙ୍କ ନିରୀକ୍ଷଣରେ ତଦନ୍ତ କରାଯାଇବାକୁ କୁହାଯାଇଛି । ମୃତ ପରିବାରକୁ କ୍ଷତିପୂରଣ ଏବଂ ଔଷଧ ସୁରକ୍ଷା ପୋର୍ଟାଲ୍ ଗଠନର ଦାବି ମଧ୍ୟ କରାଯାଇଛି ।
ଏହି ମାମଲାରେ, ଆବେଦନକାରୀମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ବଜାରରେ ଉପଲବ୍ଧ ସମସ୍ତ ସନ୍ଦିଗ୍ଧ କଫ୍ ସିରପକୁ ତୁରନ୍ତ ଜବତ କରିବା ପାଇଁ ମଧ୍ୟ ଆବେଦନ କରିଛନ୍ତି । କଫ୍ ସିରପ ଯୋଗୁଁ ପିଲାମାନଙ୍କର ମୃତ୍ୟୁ ପରେ, ଡାକ୍ତରମାନେ ପିତାମାତାଙ୍କୁ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ନ ଦେବାକୁ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/07/cough-syrup-deaths-2025-10-07-20-50-04.jpeg)