କନକବ୍ୟୁରୋ : ଦେଶରେ ପୁଣି କରୋନା ଭୟ । ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ ରୋଗୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି ।

Advertisment

ଜେଏନଡଟ ୱାନ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି ପରି ରହିଛି ତେବେ ଆଗକୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ଗତକାଲି ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌-୧୯ରେ ହୋଇଛି 

ସୂଚନା ମିଳିଛି  ରୋଗୀଙ୍କ ନିକଟରେ ସାଧାରଣ ଲକ୍ଷଣ ଦେଖାଦେଉଛି । ହଂକଂ,ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି  । ସୂଚନା ଅନୁସାରେ ସିଙ୍ଗାପୁରରେ କରୋନାର ପ୍ରଜାତି ଜେଏନ ଡଟ ୱାନର ଦୁଇଟି ପ୍ରଜାତି ଏଲଏଫ.୭ ଓ ଏନବି.୧.୮ରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ଏଲଏଫ ଡଟ ସେଭେନ ଓମିକ୍ରନର ଏକ ଉପପ୍ରଜାତି ।

ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା ।  ଥଣ୍ଡା  ଥକାପଣ ପରି ଲକ୍ଷଣ ପ୍ରକାଶ ପାଉଛି  । ସେହିପରି ଏନବି ୱାନ ଉପପ୍ରଜାତି ଆମେରିକା, ୟୁରୋପ, ଏସିଆ ଦେଶରେ ଅଧିକ ପ୍ରଭାବ ବିସ୍ତାର କରୁଛି  ।