କନକ ବ୍ୟୁରୋ : ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୂଜାକୁ ନେଇ ବିବାଦ ଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ । ସମ୍ବିଧାନର ଦୁଇ ସ୍ତମ୍ଭର ମୁଖ୍ୟଙ୍କ ଭେଟଘାଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ବିବୃତି ରଖି ସିଜେଆଇ କହିଛନ୍ତି, ନ୍ୟାୟିକ ମାମଲାକୁ ଦୂରେଇ ରଖିବା ପରି ପରିପକ୍ୱତା ମୋ ଭିତରେ ଅଛି । ମୋଦୀଙ୍କ ସହ ବୈଠକରେ କୌଣସି ଆଇନଗତ ବିଷୟ ଉପରେ ଆଲୋଚନା ହୋଇନାହିଁ । ଏଭଳି ବୈଠକରେ ନ୍ୟାୟିକ ନିଷ୍ପତ୍ତି ଅପେକ୍ଷା ନ୍ୟାୟପାଳିକା ସହ ଜଡିତ ଭିତ୍ତିଭୂମି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥାଏ । ଅବସର ନେବା ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛି ବିଜେପି ।
ଗତ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଚୂଡଙ୍କ ଘରକୁ ଗସ୍ତ କରିବା ସହ ଏକାଠୀ ପୂଜାପାଠ କରିଥିଲେ। ଏହାକୁ ନେଇ ବିରୋଧୀ ସମ୍ବିଧାନର ଉଲଙ୍ଘନ କହିବା ସହ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ଼ କହିଛନ୍ତିସାମ୍ବିଧାନିକ ଅଦାଲତର ବିଚାରପତି ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ମଧ୍ୟରେ ଯଥେଷ୍ଟ ପରିପକ୍ୱତା ରହିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଆମେ ଆମର କର୍ତ୍ତବ୍ୟ ଜାଣୁ ଏବଂ ରାଜନୈତିକ କାର୍ଯ୍ୟନିର୍ବାହୀମାନେ ସେମାନଙ୍କର କର୍ତ୍ତବ୍ୟ ଜାଣନ୍ତି । ନ୍ୟାୟପାଳିକା ବଜେଟ୍ ରାଜ୍ୟରୁ ଆସେ । ନୂଆ କୋର୍ଟ ବିଲ୍ଡିଂ ବିଚାରପତିଙ୍କ ରହିବା ସ୍ଥାନ ଆଦି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀମାନେ ମୁଖ୍ୟ ବିଚାରପତିଙ୍କୁ ଭେଟିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ଭେଟଘାଟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ହେଲେ ଜଷ୍ଟିସ୍ ଚନ୍ଦ୍ରଚୁଡ଼ଙ୍କ କହିଛନ୍ତି ନ୍ୟାୟପାଳିକା ଏବଂ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ବଜାୟ ରଖିବା ପାଇଁ ଏହିପରି ବୈଠକ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/28/GbsR2xDCpVO182xFKn5E.jpg)