ଚିନ୍ତା ବଢାଇଲା ଇସ୍ରାଏଲ-ଇରାନ ଯୁଦ୍ଧ: ଭାରତ ଉପରେ ପ୍ରଭାବ, ସେୟାର ବଜାର ହ୍ରାସ ଯୋଗୁଁ ନିବେଶକ ହରାଇଲେ ୧୦ ଲକ୍ଷ କୋଟି ଟଙ୍କା

Advertisment

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଏବେ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଇରାନ, ଇରାକ, ଲେବାନନ, ଗାଜା ସମେତ ମୁସଲିମ ଦେଶମାନେ ଏକାଠୀ ହେଉଛନ୍ତି। ଅନ୍ୟପଟେୟ ଇସ୍ରାଏଲକୁ ପୁରା ସମର୍ଥନ କରୁଛି ଆମେରିକା।

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଏବେ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଇରାନ, ଇରାକ, ଲେବାନନ, ଗାଜା ସମେତ ମୁସଲିମ ଦେଶମାନେ ଏକାଠୀ ହେଉଛନ୍ତି। ଅନ୍ୟପଟେୟ ଇସ୍ରାଏଲକୁ ପୁରା ସମର୍ଥନ କରୁଛି ଆମେରିକା।

khj

କନକ ବ୍ୟୁରୋ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଏବେ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଇରାନ, ଇରାକ, ଲେବାନନ, ଗାଜା ସମେତ ମୁସଲିମ ଦେଶମାନେ ଏକାଠୀ ହେଉଛନ୍ତି। ଅନ୍ୟପଟେ ଇସ୍ରାଏଲକୁ ପୁରା ସମର୍ଥନ କରୁଛି ଆମେରିକା। କୌଣସି ମୁହୂର୍ତ୍ତରେ ଇରାନ ଉପରେ ବଡ଼ ଆକ୍ରମଣ କରିବାକୁ ଇସ୍ରାଏଲ ପ୍ରସ୍ତୁତ ହେଉଥିବା ବେଳେ ଯୁଦ୍ଧ ଆହୁରୀ ଭୟଙ୍କର ହେବ ବୋଲି ଆଶଙ୍କା କରଯାଉଛି। ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିଛି।

ଭାରତର ସେୟାର ବଜାର ହ୍ରାସ ପାଇଛି। ଆକ୍ରମଣ ନେଇ ଇରାନକୁ ଇସ୍ରାଏଲ, ଆମେରିକାର ଚେତାବନୀ ପରେ ଅଶୋଧିତ ତେଲ ଦର ୩ % ବୃଦ୍ଧି ପାଇଛି। ଯଦି ଯୁଦ୍ଧ ଲାଗିରୁହେ ଭାରତରେ ପେଟ୍ରୋଲ, ଡିଜେଲ, ଗ୍ୟାସ, ସୁନା ଦର ବଢିବା ସହ ସେୟାର ବଜାର ହ୍ରାସ ପାଇବ ବୋଲି ଆକଳନ କରିଛନ୍ତି ଅର୍ଥନୈତିଜ୍ଞ ।

ଭାରତ ଅଶୋଧିତ ତେଲ ଆମଦାନୀ ନେଇ ଋଷିଆ ଉପରେ ଅଧିକ ଗୁରୁତ୍ବ ଦେଉଥିଲେ ମଧ୍ୟ ଏବେବି ତେଲ ଓ ଗ୍ୟାସ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରୁଛି। 
ଗତ ୫ ମାସରେ ଭାରତ ଋଷିଆ ଅପେକ୍ଷା ଇରାକ, ସାଉଦି ଆରବ, ୟୁଏଇ, କୁଏତ୍‌ଠୁ ଅଧିକ କ୍ରୁଡ ଅଏଲ କିଣିଛି। 

ଗତ ଜୁଲାଇରେ ଭାରତ ୪୪% ଅଶୋଧିତ ତେଲ ଋଷିଆରୁ ଆମଦାନୀ କରୁଥିଲା ଯାହା ଏବେ ୩୬%ରେ ପହଞ୍ଚିଛି। 
ମଧ୍ୟପ୍ରାଚ୍ୟରୁ ଭାରତ ଗତ ଜୁଲାଇରେ ୪୦% ଆମଦାନୀ କରୁଥିଲା ଯାହା ଏବେ ୪୫ % ଛୁଇଁଛି।

ଋଷିଆଠୁ ତେଲ ଆଣିବା ପାଇଁ ଭାରତକୁ ରେଡ ସି ଦେଇ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଯଦି ସିଧାସଖଳ ଯୁଦ୍ଧ ହେଲା ଏହାର ପ୍ରଭାବ ସବୁଠି ପଡିବ। ଫଳରେ ଋଷିଆରୁ ତେଲ ଆଣିବା ଭାରତ ପକ୍ଷେ କଷ୍ଟକର ହୋଇପଡିବ। ଯାହା ଭାରତରେ ପଟ୍ରୋଲ, ଡିଜେଲ ଦର ବୃଦ୍ଧିରେ ସହାୟକ ହେବ। ସେପଟେ ଯୁଦ୍ଧ ଯୋଗୁ ଆଜି ଭାରତୀୟ ସେୟାର ବଜାର ହ୍ରାସ ପାଇଛି। ସେନସେକ୍ସ ୧୭୦୦ ପଏଣ୍ଟ ତଳକୁ ଖସିବା ସହ ନିବେଶକମାନେ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଯଦି ଯୁଦ୍ଧ ଉଗ୍ର ହୁଏ ସେୟାର ବଜାର ଆହୁରୀ ହ୍ରାସ ପାଇବ।

ଯୁଦ୍ଧ ହେଲେ କେବଳ ଭାରତ ନୁହେଁ ଏସିଆ ସମେତ ସାରା ବିଶ୍ବ ପ୍ରଭାବିତ ହେବାର ଆଶଙ୍କା ରହିଛି। ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ, ଅନ୍ୟପକ୍ଷେ ଇରାନ-ଇସ୍ରାଏଲ ଯୁଦ୍ଧ ଏହି ଆଶଙ୍କାକୁ ଆହୁରି ବଢାଇଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe