କନକ ବ୍ୟୁରୋ: ଦିଲ୍ଲୀ ପୁଲିସ ନିକଟ ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଅଭିଯୋଗ । ବରିଷ୍ଠ ଆଇଜନୀବୀ ବିନିତ ଜିନ୍ଦଲ ମମତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ବିଜେପିର ନବାନ୍ନ ମାର୍ଚ୍ଚକୁ ବିରୋଧ କରି ମମତା ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ କଡ଼ା ସମାଲୋଚନା କରିଥିଲେ  ଆଉ କହିଥିଲେ ଆପଣ ଆପଣଙ୍କ ଲୋକଙ୍କ ମାଧ୍ୟମରେ ବଙ୍ଗଳାରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଯଦି ଆପଣ ବଙ୍ଗଳାକୁ ଜାଳିବାକୁ ଚେଷ୍ଟା କରିବେ, ତାହେଲେ ଆସାମ, ଉତ୍ତର-ପୂର୍ବ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ ବି ଜଳିବ ବୋଲି କହିଥିଲେ ମମତା। ଯାହା ବିରୋଧରେ ଆଇନଜୀବି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟେ ଏଥିସହ ଆନ୍ଦୋଳନରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟ ଧମକ ଦେଇ ମମତା କହିଥିଲେ ଗୋଟିଏ ଏଫଆଇଆର କ୍ୟାରିୟର ବର୍ବାଦ କରିଦେବ । ଏବେ ମମତା ସଫେଇ କହିଛନ୍ତି ତାଙ୍କ ବୟାନକୁ ଭୁଲ ତରିକାରେ ଉପସ୍ଥାନ କରୁଛନ୍ତି ମିଡିଆ । ସେ ଛାତ୍ରଙ୍କ ବିରୋଧରେ ଗୋଟିଏ ବି ଶଦ୍ଧ କହିନାହାଁନ୍ତି । କୌଣସି ପ୍ରକାର ଧମକ କି ଚ ଚେତାବନୀ ଦେଇନି ମମତା କହିଛନ୍ତି ।