କନକ ବ୍ୟୁରୋ : କନସର୍ଟ ଟିକେଟର କଳାବଜାରୀ ବିକ୍ରି । ୫ରାଜ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଚଢ଼ାଉ । ଇଡି ଶନିବାର ଦିଲ୍ଲୀ,ମହାରାଷ୍ଟ୍ର, ରାଜସ୍ଥାନ,କର୍ଣ୍ଣାଟକ ଓ ପଞ୍ଜାବର ୧୩ଟି ସ୍ଥାନରେ ଚଢ଼ାଉ କରିଛି । ଏହି ସମସ୍ତ ସ୍ଥାନରେ ପ୍ରଥମେ ସର୍ଚ୍ଚ ଅପରେସନ ପରେ ଚଢ଼ାଉ କରି ଟିକେଟ କଳାବଜାର ବିକ୍ରି ହେଉଥିବା ପ୍ରମାଣ ପାଇଛି ।
ସୂଚନା ଅନୁସାରେ, ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲଡପ୍ଲେ ଓ ଗାୟକ ତଥା ଅଭିନେତା ଦିଲଜିତ ଦୋସାଁଝଙ୍କ ମିଳିତ ଭାବେ ଦିଲୁମିନାନୀ କନସର୍ଟ କରନ୍ତି ଓ ଏହାର ଟିକେଟର କଳାବଜାରୀ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ଏହା ଭିତରେ ଇଡି ଆଜି ରେଡ କରିଛି ।
ଅକ୍ଟୋବର ୨୬ ଓ ୨୭ରେ ଦିଲ୍ଲୀରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଓ ୨୦୨୫ ଜାନୁଆରୀରେ ମୁମ୍ବାଇରେ ହେବାକୁ ଥିବା ମ୍ୟଜିକ ଅଫ ଦ ସ୍ପିୟରର୍ସ ୱାଲ୍ଡ ଟୁର ପାଇଁ ଏହି ଟିକେଟ ବିକ୍ରି ହେଉଥିଲା । ବିଭିନ୍ନ ସ୍ଥାନରୁ ମାତ୍ରାଧିକ ଅଭିଯୋଗ ଆସିବା ପରେ ଦିଲ୍ଲୀ ପୁଲିସ ଓ ଇଡିର ମିଳିତ ଟିମ ସର୍ଚ୍ଚ ଅପରେସନ ଓ ପରେ ରେଡ କରିଛନ୍ତି । ଏପରିକି ଅନଲାଇନ ଟିକେଟ ବୁକିଂ ସଂସ୍ଥା ମଧ୍ୟ ସମାନ ଅଭିଯୋଗ ଆଣିବା ସହ ମ୍ୟୁଜିକ କମ୍ପାନୀ ବିରୋଧରେ ବୟାନ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/26/AtyN5CqxOITJUgZEkuS5.jpg)