କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ କଲ୍ରେ କଥାବାର୍ତ୍ତା ହୋଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ପ୍ରସଙ୍ଗ ବିଷୟରେ କଥା ହୋଇଥିଲେ । ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ଏବେ ବି ଚାଲିଛି । କାନାଡାରେ ଜି-୭ ଶିଖର ସମ୍ମିଳନୀ ସମୟରେ ତାଙ୍କର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାର ଥିଲା, କିନ୍ତୁ ଟ୍ରମ୍ପ ପୂର୍ବରୁ ଚାଲିଯାଇଥିଲେ । ସେଥିପାଇଁ ଦୁହେଁ ଫୋନରେ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ମୋଦୀ ଟ୍ରମ୍ପଙ୍କୁ ଭାରତ ଆସିବାକୁ ଅନୁରୋଧ କରିଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ସେ ଭାରତ ଆସିବାକୁ ଆଗ୍ରହୀ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ୩୫ ମିନିଟ୍ କଥା ହୋଇଥିଲେ । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ ମାଧ୍ୟମରେ ସମବେଦନା ଜଣାଇଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ସମର୍ଥନ ଜଣାଇଥିଲେ । ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆଲୋଚନା ଥିଲା । ତେଣୁ ଅପରେସନ ସିନ୍ଦୂର ବିଷୟରେ ବିସ୍ତୃତ ଆଲୋଚନା ହେଇେଛି ।
ମଧ୍ୟସ୍ଥତାର ଆବଶ୍ୟକତା ନାହିଁ
-ଆମେରିକାକୁ ଭାରତର ସ୍ପଷ୍ଟ ବାର୍ତ୍ତା
-ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କାହାରି ହସ୍ତକ୍ଷେପର ଆବଶ୍ୟକତା ନାହିଁ
-କୌଣସି ସମୟରେ, କୌଣସି ସ୍ତରରେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତା ଭଳି ପ୍ରସଙ୍ଗ ଆଲୋଚନା କରାଯାଇନି
-ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସିଧାସଳଖ ଆଲୋଚନା ହୋଇଥିଲା
-ଭାରତ କେବେ ମଧ୍ୟସ୍ଥତା ଆବଶ୍ୟକ କରିନି ବା ଭବିଷ୍ୟତରେ କରିବନି
-ଆତଙ୍କବାଦ ବିରୁଦ୍ଧରେ ବିଶ୍ବଠୁ ଭାରତ ସହଯୋଗ ଓ ସମର୍ଥ ଲୋଡ଼େ
-ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ୩୫ମିନିଟ୍ର ଫୋନ୍ ବାର୍ତ୍ତାଳାପ