China : ଭାରତ ସୀମାରେ ରେଲୱେ ଲାଇନ୍‌ ତିଆରି କରୁଛି ଚୀନ୍‌ : ଭାରତ ରଖିଛି ତୀକ୍ଷ୍ମ ନଜର

Advertisment

ପ୍ରକଳ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିନଜିଆଙ୍ଗ ଏବଂ ତିବ୍ଦତକୁ ସଂଯୋଗ କରୁଥିବା ଏକ ନୂଆ ରେଳ ଲାଇନ୍, ଯାହାର କିଛି ଅଂଶ LAC ନିକଟରେ ଏବଂ ବିବାଦୀୟ ଅକ୍ସାଇ ଚୀନ୍ ଅଞ୍ଚଳ ଦେଇ ଯିବ । ଏହି ରେଳ ପ୍ରକଳ୍ପ ଭାରତର ସୁରକ୍ଷା ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି

ପ୍ରକଳ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିନଜିଆଙ୍ଗ ଏବଂ ତିବ୍ଦତକୁ ସଂଯୋଗ କରୁଥିବା ଏକ ନୂଆ ରେଳ ଲାଇନ୍, ଯାହାର କିଛି ଅଂଶ LAC ନିକଟରେ ଏବଂ ବିବାଦୀୟ ଅକ୍ସାଇ ଚୀନ୍ ଅଞ୍ଚଳ ଦେଇ ଯିବ । ଏହି ରେଳ ପ୍ରକଳ୍ପ ଭାରତର ସୁରକ୍ଷା ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି

China India

China India Photograph: (Kanak News)

କନକ ବ୍ୟୁରୋ: ଚୀନ କେବେ ସୁଧୁରିବନି । କେମିତି ଭାରତ ଉପରେ ନଜର ରଖିବ ସେନେଇ ମାଷ୍ଟର ପ୍ଲାନ୍‌ କରେ । ବୋଧହୁଏ ସେଇଥି ଲାଗି ଏଲ୍‌ଏସିରେ ନିର୍ମାଣ କରୁଛି ରେଲୱେ ପ୍ରକଳ୍ପ । ଏହି ରେଲୱେ ପ୍ରକଳ୍ପ ହଠାତ୍‌ କାହିଁକି କଲା ଚୀନ୍‌ ତାହାକୁ ନେଇ ବି ଚର୍ଚ୍ଚା ଚାଲିଛି । କୁହାଯାଉଛି କି, ଭାରତ ଉପରେ ନଜର ରଖିବାକୁ ଚୀନ୍‌ ଏହି ପ୍ରକଳ୍ପ କରୁଛି । ଯାହା ଭାରତ ପାଇଁ ପରୋକ୍ଷରେ ଚେତାବନୀ ସଦୃଶ୍ୟ । ପ୍ରକଳ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିନଜିଆଙ୍ଗ ଏବଂ ତିବ୍ଦତକୁ ସଂଯୋଗ କରୁଥିବା ଏକ ନୂଆ ରେଳ ଲାଇନ୍, ଯାହାର କିଛି ଅଂଶ LAC ନିକଟରେ ଏବଂ ବିବାଦୀୟ ଅକ୍ସାଇ ଚୀନ୍ ଅଞ୍ଚଳ ଦେଇ ଯିବ । ଏହି ରେଳ ପ୍ରକଳ୍ପ ଭାରତର ସୁରକ୍ଷା ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି । 

ଏଲ୍‌ଏସିରେ ଚୀନ୍‌ ତିଆରି କରୁଛି ନୂଆ ରେଲୱେ ପ୍ରକଳ୍ପ
ଭାରତ ପାଇଁ ଟେନ୍‌ସନ୍‌ର କାରଣ

କେଉଁଠୁ କେତେ ବାଟ ତିଆରି ହେଉଛି ପ୍ରକଳ୍ପ ?

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ୫୦୦୦ କିଲୋମିଟର ଲମ୍ବର ରେଳ ପ୍ରକଳ୍ପଟି ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶର ହୋଟାନକୁ ତିବ୍ଦତର ଲାସା ସହିତ ସଂଯୋଗ କରିବ। ଏହାର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ ହୋଇପାରେ । ୨୦୩୫ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୧୩.୨ ବିଲିୟନ ଡଲାର ଖର୍ଚ୍ଚ ହେଲାର ଲକ୍ଷ୍ୟ ରହିଛି । ଏହି ରେଳ ଲାଇନ୍ କୁନଲୁନ୍, କାରାକୋରାମ, କୈଳାଶ ଏବଂ ହିମାଳୟ ପରି ଦୁର୍ଗମ ପାର୍ବତ୍ୟ ଅଞ୍ଚଳ ଦେଇ ଯିବ ବୋଲି ଜଣାପଡ଼ିଛି । 

କାହିଁକି ଭାରତ ପାଇଁ ଟେନ୍‌ସନ୍‌ ?

ଚୀନ୍‌ ପ୍ରକଳ୍ପୁ କରିବା କଥା ଜଣାପଡ଼ିବା ପରେ ଭାରତ ପାଇଁ ଟେନ୍‌ସନ୍‌ର କାରଣ ପାଲଟିଲାଣି । କାରଣ ପ୍ରକଳ୍ପ ହେବା  ପରେ ସୀମାରେ ଚୀନ୍‌ ଅଧିକ ଶକ୍ତିଶାଳୀ ହେବ ଯାହାଦ୍ବାରା ଭାରତର ସୁରକ୍ଷା ପ୍ରତି ବିପଦ ବଢ଼ିପାରେ । 

ସାମରିକ ଗତିବିଧି ବୃଦ୍ଧି

ଏଲ୍‌ଏସିରେ ପ୍ରକଳ୍ପ ହେବା ଦ୍ବାରା ସୀମାରେ ଚୀନ୍‌ ଶକ୍ତି ବଢ଼ିବ । ଅର୍ଥାତ୍‌ ସାମରିକ କ୍ଷେତ୍ରରେ ପଡୋଶୀ ସୁଦୃଢ ହେବ । ଏମିତିକି ଯୁଦ୍ଧ ପରିସ୍ଥିତିରେ ଚୀନ୍‌ ଶକ୍ତିଶାଳୀ ବି ହେବ । 

ଅକ୍ସାଇ ଚୀନ୍‌ ଦେଇ ନିର୍ମାଣ

ଅକ୍ସାଇ ଚୀନ୍‌ । ବିବାଦୀୟ ଅଞ୍ଚଳ । ଚୀନ୍‌ କରୁଥିବା ନୂଆ ପ୍ରକଳ୍ପ ବିବାଦୀୟ ଅଞ୍ଚଳ ଦେଇ ଯାଉଥିବାରୁ ଚିନ୍ତାରେ ଭାରତ । କାରଣ ଅକ୍ସାଇ ଅଞ୍ଚଳରୁ ଭାରତ ନିଜ ଅଞ୍ଚଳ ବୋଲି ଦାବି କରେ । 

ଏଲ୍‌ଏସିରେ ବଢ଼ିବ ଚୀନ୍‌ର ଦବଦବା

ଏଲ୍‌ଏସି । ଭାରତ-ଚୀନ୍‌ ସୀମାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ । ଏହି ଅଞ୍ଚଳରେ ରେଲୱେ ନିର୍ମାଣ କରିବା ପରେ ଏଲ୍‌ଏସିରେ ଚୀନ୍‌ ଶକ୍ତିଶାଳୀ ହେବ । ଚୀନ୍‌ କେବଳ ରେଲୱେ ନିର୍ମାଣ କରୁଛି ତାହା ନୁହେଁ ବରଂ ଅନେକ କାମ ଜାରି ରଖିଛି । ଏଥିରେ G695 ଜାତୀୟ ରାଜପଥ ନିର୍ମାଣ ଅନ୍ତର୍ଭୁକ୍ତ । ଯାହା G219 ରାଜପଥଠାରୁ ମଧ୍ୟ LACର ଅଧିକ ନିକଟବର୍ତ୍ତୀ ହେବ। ଏହି ରାଜପଥ ଡେପସାଙ୍ଗ ସମତଳ, ଗଲୱାନ୍ ଉପତ୍ୟକା ଏବଂ ହଟ୍ ସ୍ପ୍ରିଙ୍ଗ୍ସ ପରି ସମ୍ବେଦନଶୀଳ ଅଞ୍ଚଳ ନିକଟ ଦେଇ ଯାଇପାରେ । ଏହା ବ୍ୟତୀତ, ଚୀନ୍ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବିଶାଳ ଡ୍ୟାମ୍ ମଧ୍ୟ ନିର୍ମାଣ କରୁଛି, ଯାହା ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଅବସ୍ଥିତ ।

ଭାରତ ଏବେ କଣ କରିବ ?

ଚୀନ୍‌ ସୀମାରେ ହଲ୍‌ଚଲ୍‌ ହେବା ପରେ ଭାରତ ବି କଡ଼ା ନଜର ରଖିଛି । ଯଦିଓ ଦୁଇ ଦେଶର ସମ୍ପର୍କରେ ଅନେକ ସୁଧାର ଆସିଛି ହେଲେ ଚୀନ୍‌ ଉପରେ ସଂପୂର୍ଣ୍ଣ ବିଶ୍ବାସ କରିପାରୁନି ଭାରତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe