China India River Photograph: (Kanak News)
କନକ ବ୍ୟୁରୋ: ପୁଣି ପଦାରେ ପଡିଛି ଚୀନର ଦୋମୁହାଁ ନୀତି । ଗୋଟେ ପଟେ ଭାରତ ସହ କୌଣସି ମତାନ୍ତର ନଥିବା କହୁଛି ବେଜିଂ । ଅନ୍ୟପଟେ ଚିନ୍ତା ବଢ଼ାଇବା ଭଳି କାମ କରୁଛି । ବ୍ରହ୍ମପୁତ୍ର ନଦୀରେ ଡ୍ରାଗନ ବିଶ୍ବର ସବୁଠୁ ବୃହତ୍ତମ ଡ୍ୟାମ୍ ନିର୍ମାଣ କରୁଛି । ଜୁଲାଇ ୧୯ରେ ଡ୍ୟାମ୍ ନିର୍ମାଣ କାମ ଆରମ୍ଭ ହୋଇଥିବା ଚୀନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହି ଡ୍ୟାମ୍ କାହିଁକି ଭାରତ ପାଇଁ ସମସ୍ୟା ଆଣିବ ? କାହିଁକି ଏହି ଡ୍ୟାମ୍ ଭାରତର ଅର୍ଥନୀତିକୁ ପ୍ରଭାବିତ କରିବ ? ନିଜର ଦବଦବା ଜାହିର କରିବାକୁ ଚୀନର ଏହି ଚାଲରେ ଭାରତ ଉପରେ କି ପ୍ରଭାବ ପକାଇବା ସେନେଇ ପୂରା ତଥ୍ୟ ଜାଣିରଖନ୍ତୁ...
ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ‘ଜଳ ବୋମା’
ବିଶ୍ୱର ସବୁଠୁ ବଡ଼ ଡ୍ୟାମ୍ ନିର୍ମାଣ କରୁଛି ବେଜିଂ
ବ୍ରହ୍ମପୁତ୍ର ନଦୀ ଉପରେ ଡ୍ୟାମର ନିର୍ମାଣ ଆରମ୍ଭ ହୋଇଛି
ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ
ଚୀନ୍ ୫ଟି ଜଳବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କରିବ
ଏହି ବନ୍ଧ ଭାରତ ପାଇଁ ଏକ 'ଜଳ ବୋମା'
ବ୍ରହ୍ମପୁତ୍ର ନଦୀର ୬୦% ଜଳ ଭାରତରୁ ଏବଂ ୪୦% ତିବ୍ଦତରୁ ଆସେ
ଭାରତରେ ବ୍ରହ୍ମପୁତ୍ର ପ୍ରବାହିତ ହେଉଥିବା ଅଞ୍ଚଳଗୁଡ଼ିକ ବର୍ଷା ଦୃଷ୍ଟିରୁ ବହୁତ ସମୃଦ୍ଧ
ଯଦି ଉପର ଅଞ୍ଚଳରେ ନଦୀ ଶୁଖିଲା ରହେ, ତେବେ ତଳ ଭାଗରେ ନିଶ୍ଚିତ ଭାବରେ ପ୍ରଭାବ ପଡ଼ିବ
ଚୀନ୍ ନଦୀଗୁଡ଼ିକୁ ନିୟନ୍ତ୍ରଣ କରି ଭାରତକୁ ଅସୁବିଧାରେ ପକାଇପାରେ
ଯାହା ଏହାର ଅର୍ଥନୀତିକୁ ପ୍ରଭାବିତ କରିବ
ଯଦି ଚୀନ୍ ହଠାତ୍ ତା’ର ଡ୍ୟାମ୍ରୁ ପାଣି ଛାଡିବ । ତେବେ ଭାରତରେ ବ୍ରହ୍ମପୁତ୍ର ନଦୀର ଆଖପାଖ ଅଞ୍ଚଳରେ ଭୟଙ୍କର ବନ୍ୟା ଆସିପାରେ
ଯେଉଁ ସ୍ଥାନରେ ଏହି ଡ୍ୟାମ୍ ନିର୍ମାଣ କରାଯାଉଛି ତାହା ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ
ବ୍ରହ୍ମପୁତ୍ର ନଦୀର ପାଣି ଉଭୟ ଚୀନ୍ ଓ ଭାରତ ଦେଇ ପ୍ରବାହିତ ହୁଏ
ନଦୀ ଦୁଇଟି ଭିନ୍ନ ନାଁରେ ଉଭୟ ଚୀନ୍ ଓ ଭାରତରେ ପରିଚିତ
ଭାରତରେ ବ୍ରହ୍ମପୁତ୍ର ଓ ଚୀନରେ ୟାରଲୁଙ୍ଗ ଜ୍ୟାଙ୍ଗୋବ ନାଁରେ ଜଣା
ଚୀନର ଏହି ଡ୍ୟାମ୍ ଭାରତ ଓ ବାଂଲାଦେଶକୁ ପ୍ରଭାବିତ କରିବ
Follow Us