କନକ ବ୍ୟୁରୋ : ଚୀନର ଯେସାକୁ ତେସା ନୀତି । ଟାରିଫ୍ ବିବାଦ ଭିତରେ ନୂଆ ନିଷ୍ପତ୍ତି ନେଇଛି ଚୀନ । ଆମେରିକା ଦ୍ୱାରା ନିର୍ମିତ ଓ ପରିଚାଳିତ ଜାହାଜଗୁଡ଼ିକ ଉପରେ ଚୀନର ସ୍ପେସାଲ ପୋର୍ଟ ଫି ବା ସ୍ୱତନ୍ତ୍ର ବନ୍ଦର ଫି । ଆମେରିକାର ଜାହାଜଗୁଡ଼ିକ ଚୀନର ବନ୍ଦର ବ୍ୟବହାର କଲେ ଏହି ଫି ଦେବାକୁ ପଡ଼ିବ । ଏହା ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ଘୋଷଣା କରିଛି । ଜାହାଜଗୁଡ଼ିକ ଟନ୍ ପିଛା ୪ ଶହ ୟୁଆନ ବା ୫୬ ଡଲାର ଦେବେ । ବର୍ଷକୁ ବର୍ଷ ଏହି ଫି ବଢ଼ିବ । ପୂର୍ବରୁ ଚୀନ ଉପରେ ଆମେରିକା ମଧ୍ୟ ଏହି ପ୍ରକାର ଫି ଲଗାଇଛି । ଏବେ ପାଲଟା ଫି ଲଗାଇଛି ଚୀନ । ଫି ଲଗାଇବା ସହିତ ଚୀନ କହିଛି, ଆମେରିକା ନିଜ ତ୍ରୁଟି ପ୍ରଥମେ ସଂଶୋଧନ କରିବା ଆବଶ୍ୟକ ।
ଟାରିଫ୍ ବିବାଦ ଭିତରେ ଚୀନର ଯେସାକୁ ତେସା ନୀତି; ଆମେରିକା ନିର୍ମିତ ଓ ପରିଚାଳିତ ଜାହାଜ ଉପରେ କଷିଲା ପୋର୍ଟ ଫି
ଆମେରିକାର ଜାହାଜଗୁଡ଼ିକ ଚୀନର ବନ୍ଦର ବ୍ୟବହାର କଲେ ଏହି ଫି ଦେବାକୁ ପଡ଼ିବ । ଏହା ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ଘୋଷଣା କରିଛି । ଜାହାଜଗୁଡ଼ିକ ଟନ୍ ପିଛା ୪ ଶହ ୟୁଆନ ବା ୫୬ ଡଲାର ଦେବେ । ବର୍ଷକୁ ବର୍ଷ ଏହି ଫି ବଢ଼ିବ ।
/kanak/media/media_files/2025/10/10/china-hits-us-2025-10-10-21-03-48.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)