କନକ ବ୍ୟୁରୋ: ଚୀନର ମୁଖା ଖୋଲିଲା ଭାରତର ସାଟେଲାଇଟ ଫଟୋ ! ଅରୁଣାଚଳ ସୀମରେ ଭୟଙ୍କର ଷଡଯନ୍ତ୍ର କରୁଛି ଡ୍ରାଗନ ସେନା, ଭାରତର ବଢିଲା ଚିନ୍ତା । ଅରୁଣାଚଳ ପ୍ରଦେଶ ସୀମାରେ ଚୀନର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ସାଟେଲାଇଟ ଫୋଟ୍ । ଆମେରିକୀୟ ସାଟେଲାଇଟ୍ ଇମେଜିଙ୍ଗ ସଂସ୍ଥା ଦ୍ୱାରା ନିଆଯାଇଥିବା ଫଟୋରେ ଚୀନର ନୂତନ ହେଲିପ୍ୟାଡ୍ ଦେଖିବାକୁ ମିଳିଛି । ଭାରତ ସୀମାଠୁ ମାତ୍ର ୨୦ କିଲୋମିଟର ଭିତରେ ନିର୍ମାଣ ହୋଇଛି ଏହି ହେଲିପ୍ୟାଡ୍ । 

Advertisment

ଫଟୋରେ ଚୀନ ସେନାର ଏକି ବିରାଟ ହେଲିପ୍ୟାଡ୍ ଦେଖିବାକୁ ମିଳିଛି । ହେଲିପ୍ୟାଡର ରନୱେ ପ୍ରାୟ ୬୦୦ ମିଟର ଲମ୍ବା ରହିଛି । ଏଥିସହିତ ଏଥିରେ ଅନେକ ହେଲିକପ୍ଟର ରହିବା ଭଳି ସ୍ଥାନ ମଧ୍ୟ ଚିହ୍ନଟ ହୋଇଛି । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଲା ଗତ ବର୍ଷ ସେହି ସ୍ଥାନଟୁ ଖାଲି ଅଞ୍ଚଳ ରହିଥିଲା । ହେଲେ ଚୀନ ମାତ୍ର ୧ ବର୍ଷ ଭିତରେ ସେଠାରେ ହେଲିପ୍ୟାଡ୍ ନିର୍ମାଣ କରିଛି । ତିବ୍ବତର ନିଙ୍ଗଚି ସ୍ଥିତ ଗୋଙ୍ଗରିଗାବୁ ନଦୀ କୂଳରେ ଏହି ହେଲିପ୍ୟାଡ୍ ନିର୍ମାଣ କରିଛି ଚୀନ । ଯାହାକୁ ନେଇ ଏବେ ଭାରତର ଚିନ୍ତା ବଢିବାରେ ଲାଗିଛି । ଏହା ପୂର୍ବରୁ ସିକିମ୍ ସୀମାରେ ଚୀନ କରିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲା ସାଟେଲାଇଟ୍ ଫଟୋ । 

ଭାରତର ସୀମାରୁ ମାତ୍ର ୮୧ ମିଟର ଦୂରରେ ଅର୍ଥାତ୍ ଡୋକଲାମ୍ ଅଞ୍ଚଳରେ ଚୀନର ସେନା ଶିବିର ଦେଖିବାକୁ ମିଳିଥିଲା । ମାତ୍ର ୧୦ କିଲୋମିଟର ଦୂରରେ ସ୍ଥାୟୀ ମିଲିଟାରୀ କମ୍ପଲେକ୍ସ୍, ହେଲି-ପ୍ୟାଡ୍, ଗନ୍ ଓ ଆଟିଲାରୀ ପୋଜିସନ୍ ନିର୍ମାଣ କରିଥିଲା ବେଜିଂ । ଖାଲି ସେତିକି ନୁହେଁ ବିପୁଳ ସଂଖ୍ୟାରେ ସେନା ଗାଡି ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା ସେବେ ଦେଖିବାକୁ ମିଳିଥିଲା ।  ଏବେ ଏହି ଚିତ୍ର ସାମ୍ନାକୁ ଆସିବା ପରେ ଭାରତର ଚିନ୍ତା ବଢ଼ିଯାଇଛି  ।
ଖଇଉରେ ଡ୍ରାଗନର ହେଲିପ୍ୟାଡ୍ !

  • ଚୀନର ମୁଖା ଖୋଲିଲା ଭାରତର ସାଟେଲାଇଟ ଫଟୋ !
  • ଅରୁଣାଚଳ ସୀମରେ ଭୟଙ୍କର ଷଡଯନ୍ତ୍ର କରୁଛି ଡ୍ରାଗନ ସେନା
  • ସୀମରେ ଚୀନର ନୂତନ ହେଲିପ୍ୟାଡ୍ ଦେଖିବାକୁ ମିଳିଛି
  • ଆମେରିକା ଜାରି କଲା ସାଟେଲାଇଟ୍ ଫଟୋ
  • ହେଲିପ୍ୟାଡର ରନୱେ ପ୍ରାୟ ୬୦୦ ମିଟର ଲମ୍ବା ରହିଛି
  • ହେଲିପ୍ୟାଡରେ ହେଲିକପ୍ଟର ରହିବା ଭଳି ସ୍ଥାନ ମଧ୍ୟ ରହିଛି
  • ଅରୁଣାଚଳ ପ୍ରଦେଶ ସୀମାଠାରୁ ମାତ୍ର ୨୦ କି.ମି ଭିତରେ ହୋଇଛି ନିର୍ମାଣ
  • ତିବ୍ଦତର ନିଙ୍ଗଚି ସ୍ଥିତ ଗୋଙ୍ଗରିଗାବୁ ନଦୀ କୂଳରେ ନିର୍ମାଣ ହୋଇଛି ହେଲିପ୍ୟାଡ୍
  • ମାତ୍ର ୧ ବର୍ଷ ଭିତରେ ସେଠାରେ ହେଲିପ୍ୟାଡ୍ ନିର୍ମାଣ କରିଛି ଡ୍ରାଗନ୍
  • ଏହାପୂର୍ବରୁ ସିକିମ୍ ସୀମାରେ କରିଥିଲା ସେନା ବେସ୍ କ୍ୟାମ୍ପ୍
  • ହେଲି-ପ୍ୟାଡ୍, ଗନ୍ ଓ ଆଟିଲାରୀ ପୋଜିସନ୍ ନିର୍ମାଣ କରିଥିଲା ବେଜିଂ