କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ର ସଫଳତା ପରେ ଚନ୍ଦ୍ରଯାନ-୪କୁ ମିଳିଛିକ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟବୈଠକରେ ଚନ୍ଦଯାନ-୪ ମିଶନକୁ ମଞ୍ଜୁରୀ ମିଳିଛି । ଏଥିସହ ଗଗନଯାନ ମିଶନକୁ ଆହୁରି ବ୍ୟାପକକରିବାକୁ ଅନୁମତି ମିଳିଛି । ଏଥିପାଇଁ ୨ ହଜାର ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଚନ୍ଦ୍ରଯାନ-୪ ମିଶନରେ ସାଟେଲାଇଟ୍ ଚନ୍ଦ୍ରକୁ ଯାଇ ଫେରିବ ଏବଂ ଚନ୍ଦ୍ରପୃଷ୍ଠରୁ ମାଟି ଏବଂପଥର ନମୂନା ଆଣିବାକୁ ଯୋଜନା କରାଯାଇଛି । କ୍ୟାବିନେଟ ମଞ୍ଜୁରୀ ପରେ ଏନେଇ ସୂଚନା ଦେଇଛନ୍ତିକେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତର ଦୀର୍ଘମିଆଁଦୀ ସ୍ପେଶ ମିଶନ କ୍ଷେତ୍ରରେ ଏହା ବଡ଼ପଦକ୍ଷେପ ବୋଲି କୁହଯାଉଛି ।
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳ ଭାବେ ଅବତରଣକରିଥିଲା । ହେଲେ ଚନ୍ଦ୍ରପୃଷ୍ଠରେ ରାତି ଆସିବା ପରେ ଚନ୍ଦ୍ରଯାନରେ ଯାଇଥିବା ରୋଭର କାର୍ଯ୍ୟକରିନଥିଲା । ଚନ୍ଦ୍ରଯାନ-୪ରେ ଆଧୁନିକ ଟେକ୍ନୋଲୋଜି ଯୋଡାଯାଇଛି । ଏହା କିପରି ଚନ୍ଦ୍ରକୁ ଯାଇସୁରକ୍ଷିତ ଭାବେ ପୁଣି ପୃଥିବୀକୁ ଫେରିଆସିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏଥିସହ ୨୦୩୫ସୁଦ୍ଧା ଭାରତ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବାକୁ ଯୋଜନା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାଇସ୍ରୋ । ତିନି ବର୍ଷ ଭିତରେ ଏହି ମିଶନ ଶେଷ ହେବା ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହୋଇଛି ।ଚନ୍ଦ୍ରଯାନ-୪ରେ ଘରୋଇ ଟେକ୍ନୋଲୋଜିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।