ଜାତିଜନଗଣନା କ୍ରେଡିଟ୍ ନେବାକୁ ବଢୁଛି ରାଜନୀତି; କଂଗ୍ରେସର ଦାବି ସରକାର ମାନିଲେ ବୋଲି କହିଲେ ରାହୁଲ

Advertisment

ଦିଲ୍ଲୀ କଂଗ୍ରେସ ପକ୍ଷରୁ ଦଳର ମୁଖ୍ୟାଳୟ ସାମ୍ନାରେ ଜାତିଜଗନା ଉପରେ ଏକ ପୋଷ୍ଟର ମରାଯାଇଛି । ଯେଉଁଥିରେ ଜାତିଜନଗଣନା ନେଇ ମୋଦୀ ସରକାରଙ୍କ ନିଷ୍ପତ୍ତି ପଛରେ ରାହୁଲ ଗାନ୍ଧୀଙ୍କୁ କ୍ରେଡିଟ୍ ଦିଆଯାଇଛି ।

ଦିଲ୍ଲୀ କଂଗ୍ରେସ ପକ୍ଷରୁ ଦଳର ମୁଖ୍ୟାଳୟ ସାମ୍ନାରେ ଜାତିଜଗନା ଉପରେ ଏକ ପୋଷ୍ଟର ମରାଯାଇଛି । ଯେଉଁଥିରେ ଜାତିଜନଗଣନା ନେଇ ମୋଦୀ ସରକାରଙ୍କ ନିଷ୍ପତ୍ତି ପଛରେ ରାହୁଲ ଗାନ୍ଧୀଙ୍କୁ କ୍ରେଡିଟ୍ ଦିଆଯାଇଛି ।

Caste Census

Photograph: (KANAK NEWS)

କନକ ବ୍ୟୁରୋ : ଜାତିଜନଗଣନା ନେଇ କେନ୍ଦ୍ରରେ ନିଷ୍ପତ୍ତି ପରେ କ୍ରେଡିଟ୍ ନେବାକୁ ବଢୁଛି ରାଜନୀତି । ବହୁ ପୂର୍ବରୁ ଦଳ ଦାବୀ ଉଠାଇଥିବା ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ବିଜେପିର ଜବାବ, କ୍ରେଡିଟ୍ ଚୋରି କରିବାକୁ ଉଦ୍ୟମ । ଏହାରି ଭିତରେ ଚର୍ଚ୍ଚାକୁ ଆସିଛି ଦୁଇ ଦଳ ମଧ୍ୟରେ ପୋଷ୍ଟର ୱାର । ଦିଲ୍ଲୀ କଂଗ୍ରେସ ପକ୍ଷରୁ ଦଳର ମୁଖ୍ୟାଳୟ ସାମ୍ନାରେ ଜାତିଜଗନା ଉପରେ ଏକ ପୋଷ୍ଟର ମରାଯାଇଛି । ଯେଉଁଥିରେ ଜାତିଜନଗଣନା ନେଇ ମୋଦୀ ସରକାରଙ୍କ ନିଷ୍ପତ୍ତି ପଛରେ ରାହୁଲ ଗାନ୍ଧୀଙ୍କୁ କ୍ରେଡିଟ୍ ଦିଆଯାଇଛି । ଯାହାର ଯବାବ ରଖିଛି ବିଜେପି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଂଗ୍ରେସ କ୍ରେଡିଟ ନେବାକୁ ଚେଷ୍ଟା କରୁଛି । କାହିଁକି ପୂର୍ବରୁ କଂଗ୍ରେସ ସରକାର ଲାଗୁ କରିନଥିବା ବୋଲି ପ୍ରଶ୍ନ କରିଛନ୍ତି । ‘ତୁମ ସରକାର ଆମ ସିଷ୍ଟମ’ କଂଗ୍ରେସ ନାରା ଦେଉଥିବା ବେଳେ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ଏହାକୁ ବିରୋଧ କରିବାରୁ ଜାତି ଜନଗଣନା ହୋଇପାରିନଥିଲା । ୧୯୫୦ରୁ ଏପର୍ଯ୍ୟନ୍ତ କାହିଁକି କରିନଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ପରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe