କନକ ବ୍ୟୁରୋ : ହରିୟାଣା ପୌର ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି । ରାଜ୍ୟର ୧୦ଟି ମ୍ୟୁନିସପାଲ କରପୋରସନରୁ ୯ଟିରେ ବିଜେପି ମେୟର ପଦ ଅକ୍ତିଆର କରିଛି । ଏଥିମଧ୍ୟରୁ କଂଗ୍ରେସର ବରିଷ୍ଠ ନେତା ଭୁପେନ୍ଦ୍ର ହୁଡ୍ଡାଙ୍କ ରୋହତକ ମଧ୍ୟ ଅନ୍ତଭୁକ୍ତ ।

Advertisment

ବିଜେପି ରାଜ୍ୟର ରୋହତକ, ହିସାର, କରନାଲ, ଅମ୍ବାଲା. ସୋନେପଥ, ଗୁରୁଗ୍ରାମ, ଯମୁନାନଗର, ଫରିଦାବାଦ ଭଳି ମ୍ୟୁନିସପାଲ କରପୋରେସନର ମେୟର ପଦବୀ ଅକ୍ତିଆର କରିଛି । କେବଳ ମାନସରରେ ସ୍ୱାଧୀନ ପ୍ରାର୍ଥୀ ଇନ୍ଦ୍ରଜିତ ଯାଦବ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି ।

ବିଧାନସଭା ନିର୍ବାଚନରେ ଶାସନ କ୍ଷମତାକୁ ଫେରିପାରିନଥିବା କଂଗ୍ରେସ ପୌର ନିର୍ବାଚନରେ ଭଲ ଫଳାଫଳ କରିବ ବୋଲି ଆଶା ରଖିଥିଲା । ମାତ୍ର ଆଜିର ଫଳାଫଳା କଂଗ୍ରେସକୁ ପୁଣିଥରେ ନିରାଶ କରିଛି । ତେବେ ସବୁଠାରୁ ଲଜ୍ୟାଜନକ ବିଷୟ ହେଉଛି ତୁଙ୍ଗନେତା ଭୁପେନ୍ଦ୍ର ସିହଂ ହୁଡ୍ଡାଙ୍କ ରୋହତକରେ ଶୋଚନୀୟ ପରାଜୟ ।

ହରିୟାଣାରେ ଲଗାତାର ୩ଟି ବିଧାନସଭା ନିର୍ବାଚନ ଜିତି ବିଜେପି ଏକ ରେକର୍ଡ ସୃଷ୍ଟି କରିଥିଲା ଏବେ ପୌର ନିର୍ବାଚନ ଜିତି ରାଜ୍ୟର ପ୍ରତ୍ୟେ ଶାସନ ପ୍ରକ୍ରିୟାରେ ନିଜର ପ୍ରଭୁତ୍ବକୁ ଆହୁରି ମଜଭୁତ କରିଛି । ଅନ୍ୟପକ୍ଷରେ କଂଗ୍ରେସର କ୍ରମାଗତ ଶୋଚନୀୟ ପରାଜୟ ଦଳ ପାଇଁ ଆମୂଳୁଳ ପରିବର୍ତ୍ତନ ଆବଶ୍ୟକତାକୁ ଆହୁର ଦୃଢୀଭୂତ କରିଛି ।