କନକ ବ୍ୟୁରୋ : ବିରୋଧ କରି ବିଜେପି ଜୋରଦାର ବିକ୍ଷୋଭ କରିଛି । କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଐତିହାସିକ ପ୍ରସ୍ତାବ ପାରିତ କରିଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି ଜମ୍ମୁକାଶ୍ମୀରର ହିତ ପାଇଁ ଧାରା ୩୭୦ ଉଚ୍ଛେଦ ଆବଶ୍ୟକ ରହିଛି । ସେପଟେ ବିଜେପି କହିଛି ଏହା ଦେଶ ବିରୋଧୀ ଏଜେଣ୍ଡା ।
ସେପଟେ ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି । କୁହାଯାଉଛି ଯେ, ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସମ୍ପ୍ରତି ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି । ବୁଧବାର ସକାଳେ କୁପୱାରାର ଲୋଲାବର ମାର୍ଗି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ଓପି ମାର୍ଗିରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନା ଗ୍ରହଣ କରାଯାଇଛି । ଏହା ପରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାର୍ଗି, ଲୋଲାବ, କୁପୱାରାଠାରେ ସୁରକ୍ଷା ବାହିନୀ ଚଢାଉ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରୁଛନ୍ତି ।