କନକ ବ୍ୟୁରୋ: ଜମ୍ମୁକାଶ୍ମୀର ନିର୍ବାଚନ ପାଇଁ ବିଜେପି ଜାରି କରିଛି ନିର୍ବାଚନୀ ଇସ୍ତାହାର । ଦଳ ମାଷ୍ଟର ଷ୍ଟ୍ରୋକ୍ ଖେଳିଛି । ସବୁଠୁ ବଡ ଘୋଷଣା କରିଛି ଦଳ । କୌଣିସ ପରିସ୍ଥିତିରେ ଜମ୍ମୁକାଶ୍ମୀରକୁ ଫେରିବନି ଆର୍ଟିକିଲ ୩୭୦ । ତବୀ ରିଭର ଫ୍ରଣ୍ଟ ନିର୍ମାଣ କରାଯିବ, ଶ୍ରୀନଗରରେ ହେବ ଆମ୍ୟୁଜଡ ପାର୍ମ, ଡାଲ ହ୍ରଦକୁ ବିଶ୍ବସ୍ତରୀୟ କରାଯିବ । ସେହିପରି ମା ସମ୍ମାନ ଯୋଜନା କାର୍ଯ୍ୟକାରୀ କରାଯିବ, ଉଜ୍ଜଳା ଯୋଜନାରେ ୨ଟି ସିଲିଣ୍ଡର ଦିଆଯିବ, ବିଦ୍ୟାର୍ଥୀଙ୍କୁ ୧୦ହଜାର ଟଙ୍କା କୋଚିଂ ଫିସ୍ ମିଳିବ । ଏଥିସହ ବିଜେପି ଶାସନକୁ ଆସିଷଳ  କିସ୍ତୱାଡରେ ଆୟୁଷଷ ହର୍ବଲ ପାର୍କ ନିର୍ମାଣ କରିବା ସହ ରଜୌରୀରେ ଟୁରିଜିମ ପାର୍କ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ ତିଆରିବ କରିବ । ପ୍ରତ୍ୟେକ ଘରର ମହିଳାଙ୍କୁ ୧୮ହଜାର ଟଙ୍କା ମିଳିବ, କଲେଜ ଛାତ୍ରଙ୍କୁ ବାର୍ଷିକ ମିଳିବ ୩ ହଜାର ଟଙ୍କା । ଘୋଷଣା ପତ୍ର ଜାରି କରି ଗୃହମନ୍ତ୍ରୀ ଅମିତ ଶାହା ଧାରା ୩୭୦ ଉଠିବା ପୂର୍ବ ଓ ପରବର୍ତ୍ତୀ ସମୟର ତୁଳନା କରିଛନ୍ତି । ଶାହା କହିଛନ୍ତି ରାଜ୍ୟରେ ୫୯ ନୂଆ କଲେଜ ଖୋଲିଛି, ୨ଟି ଏମ୍ସ ଖୋଲାଯାଇଛି, ଆଇଆଇଟି, ଆଇଆଇଏମ ଜମ୍ମୁକାଶ୍ମୀର ଯୁବକବର୍ଗଙ୍କ ଉନ୍ନତମାନର ଭବିଷ୍ୟତ ନିର୍ମାଣ କରିବା ସହାୟକ ହେଉଛି ।