କନକ ବ୍ୟୁରୋ : ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ବେଳେ ଟ୍ରାକକୁ ଗଳି ପଡ଼ିଲେ ବିଧାୟିକା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ସୋମବାର ଆଗ୍ରା-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଇତୱାହର ବିଜେପି ବିଧାୟିକା ସରିତା ଭାଦୌରିୟା ରେଳ ଟ୍ରାକକୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ଆଗ୍ରା-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଭର୍ଚୁଆଲ ମୋଡରେ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗ୍ରା ଷ୍ଟେସନରେ ବିଜେପିର ଦୁଇଥରର ବିଧାୟିକା ସରିତା ଭାଦୌରିୟା ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଥିଲେ । ସେହି ସମୟରେ ପ୍ଲାଟଫର୍ମରେ ମନ୍ତ୍ରୀ, ବିଧାୟକଙ୍କ ସମେତ ଅନେକ ନେତା ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ୬୧ ବର୍ଷୀୟ ବିଜେପି ବିଧାୟିକା ସରିତା ଭାଦୌରିୟା ଟ୍ରେନର ଶୁଭାରମ୍ଭ ପରେ ହଠାତ ଟ୍ରାକକୁ ଗଳିପଡ଼ିଲେ । ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଉଦ୍ଧାର କରିଥିଲେ ଓ ତୁରନ୍ତ ତାଙ୍କୁ ହସ୍ପଟାଲରେ ଭର୍ତ୍ତି କରିଥିଲେ । ଭାଗ୍ୟବଶତଃ ଟ୍ରେନଟି ଗଡ଼ିନଥିଲା । ତେବେ ବିଧାୟିକାଙ୍କର ଶରୀରରେ ଅଧିକ ଆଘାତ ଲାଗିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Sf43LxX0pn4m1j8tgLq5.jpg)