କନକ ବ୍ୟୁରୋ: ବିଜେପି ସାସଂଦ କଙ୍ଗନା ରାନାୱତଙ୍କ ବୟାନକୁ ନେଇ ତେଜିବାରେ ଲାଗିଛି ବିବାଦ । କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଙ୍ଗନା। ଯାହାକୁ ନେଇ ବିରୋଧୀ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ବଢୁଥିବା ବିବାଦକୁ ଦେଖି ବିଜେପି ବିବୃତ୍ତି ଜାରି କରି କଙ୍ଗନା ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯଦି ଆମର ଶୀର୍ଷ ନେତୃତ୍ୱ ମଜବୁତ ନ ରହିଥାନ୍ତା ତେବେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବକୁ ମଧ୍ୟ ବାଂଲାଦେଶରେ ପରିଣତ କରି ଦେଇଥାନ୍ତେ। କଙ୍ଗନାଙ୍କ ଏହି ବୟାନ ଉପରେ ବିରୋଧୀ ଲଗାତାର ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗରେ କଙ୍ଗନାଙ୍କ ବିରୋଧରେ ଏନଏସଏ ଆଇନ ଅଧୀନରେ କାର୍ୟ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲା। ସେହିଭଳି ଭାଜପା ମଧ୍ୟ କଙ୍ଗନାଙ୍କ ଏହି ବୟାନରୁ ନିଜକୁ ଦୁରେଇ ରଖି କହିଛି ଯେ, ଏହା ତାଙ୍କର ନିଜସ୍ୱ ବୟାନ ଅଟେ, ଯେଉଁଥିରେ ପାର୍ଟିର କୌଣସି ଯିବା ଆସିବା ନାହିଁ।
ସାଂସଦ କଙ୍ଗନା ରାନାୱତଙ୍କ ବୟାନକୁ ନେଇ ହାତ ଛାଡିଲା ବିଜେପି: କୃଷକ ଆନ୍ଦୋଳନକୁ ଦମନ କରିବାରେ କେନ୍ଦ୍ରର ଭୂମିକାକୁ ପ୍ରସଂଶା, ନହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ଦେଇଥିଲେ ବୟାନ
Advertisment
Follow Us